Odisha News

ଗଜପତି: ଜିଲ୍ଲାସ୍ତରୀୟ ଧାନ କ୍ରୟ-ମଣ୍ଡି ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୦/୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯାଳୟ ପ୍ରାଙ୍ଗଣ ଠାରେ ଜିଲ୍ଲାସ୍ତରୀୟ ଖରିଫ-୨୦୨୫-୨୬ ଧାନ କ୍ରୟ ମଣ୍ଡି ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା-ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗା , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ୍: ପ୍ରକାଶ ରାଓ , ସମବାୟ ସମିତି ଜିଲ୍ଲା ଉପ ନିବନ୍ଧକ ଶ୍ରୀ ହରିହର ସେଠ୍ , ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବ ନନ୍ଦ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ ।
କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟିର ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ , ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ୨୦୨୫-୨୬ ଖରିଫ ବର୍ଷରେ ଜିଲ୍ଳାର ୪୫ ଗୋଟି ମଣ୍ଡି ଖୋଲାଯାଇଛି ଓ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହତ କାର କୃଷି ସମବାୟ ସମିତିରେ ଆଜି ଠାରୁ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି।
ଚଳିତ ବର୍ଷ ୭ ଲକ୍ଷ କ୍ୟୁଣ୍ଟାଲ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ଏହା ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୬ ହାଜର କୁଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଧାର୍ଯ୍ୟ ହୋଇଛି।
ଯାହାକି , ଏହି ଲକ୍ଷ୍ୟଧାର୍ଯ୍ୟ ର ୪୯ ପ୍ରତିଶତ । ଧାନ କ୍ରୟ କରିବା ପାଇଁ ଜିଲ୍ଲାରେ ୧୫ ହଜାର ୫୧୧ ଜଣଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ହଜାର ୫୦୦ ଜଣ ଚାଷୀଙ୍କୁ ଟିକେ ଦିଆହୋଇଛି ।
ଚାଷୀଙ୍କ ଧାନ କ୍ରୟ ହୋଇ ସାରିଲା ପରେ ଡାଇରେକ୍ଟ ନିଜ ବ୍ୟାଙ୍କ ଖାତାକୁ ପଇସା ଜମା କରାଯିବ । ଧାନ କ୍ରୟ ସମୟରେ ବିଭଗର ସମସ୍ତ କର୍ମଚାରୀ ସଚେତନତା ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚଳିତ ୨୦୨୫-୨୬ ଖରିଫ୍ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବନସ ଧାର୍ଯ୍ୟ କରାଯାଇଛି ଯଥା- ସାଧାରଣ ଧାନ କୁଣ୍ଟାଲ ପିଛା ଟ.୩୧୬୯/- ଟଙ୍କା ଓ ଗ୍ରେଡ \’ଏ \’ ଧାନ କୁଣ୍ଟାଲ.୩୧୮୯/- ଟଙ୍କା ରଖାଯାଇଛି ।
ସେହିପରି ମଣ୍ଡି\’କୁ ସଫା , ଶୁଖିଲା , ସମରଙ୍ଗି ଓ ସମଆକାର ଧାନ ଆଣନ୍ତୁ ଏବଂ ସରକାରଙ୍କ ନିର୍ଦ୍ଧାରିତ ଉଚିତ୍ ଦର ପାଆନ୍ତୁ ବୋଲି ଚାଷୀ ମାନଙ୍କୁ ଅନୁରୋଧ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ବହୁ ଚାଷୀ ଯୋଗ ଦେଇଥିଲେ ।

Related Posts