Odisha News

ଗଜପତି : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୫/୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲାସ୍ତରୀୟ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ-ଜୟନ୍ତୀ ଏବଂ ସୁଶାସନ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଗଜପତି ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ. ପ୍ରକାଶ ରାଓ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ବରିଷ୍ଠ ନାଗରିକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏବଂ ମୁଖ୍ୟବକ୍ତା ଭାବରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଯୋଗ ଦେଇଥିଲେ।
ଏହି ଅବସରରେ ସମସ୍ତ ଅତିଥିଗଣ ପୂର୍ବତନ ପ୍ରଧାନନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଭଳି ଜନନାୟକ ଦେଶରେ ବିରଳ ବୋଲି ଅଭିହିତ କରିଥିଲେ।
ବାଜପେୟୀଙ୍କ ଶାସନ କାଳରେ ଦେଶରେ ସ୍ଵଚ୍ଛତା , ଉତ୍ତରଦାୟିତ୍ଵ ଓ ସେବା ଗଣତନ୍ତ୍ରକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା-ପରିଷଦ ଶ୍ରୀ ପୃଥ୍ଵୀରାଜ ମଣ୍ଡଳ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବାଜପେୟୀ ଜଣେ ସାହିତ୍ୟିକ , କବି , ରାଷ୍ଟ୍ରନୀତିଜ୍ଞ , ରାଜନୀତିଜ୍ଞ ଏବଂ ଉଚ୍ଚକୋଟୀର ମାନବବାଦ ଚିନ୍ତାଧାରା, ଆମ ସମସ୍ତଙ୍କୁ ପ୍ରେରଣା ହୋଇ ରହିବେ ।
ସେହିପରି ଗାଁ , ଜିଲ୍ଲା ଓ ଦେଶର ସମସ୍ତ ଜନସାଧାରଣ ମିଳିମିଶି କାମ କଲେ ଜିଲ୍ଲା ଓ ଦେଶ ବିକାଶ ହୋଇ ପାରିବ ବୋଲି କହିଥିଲେ ।
ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ବାଜପେୟୀଙ୍କ ଶାସନ କାଳରେ ଭାରତର ଭିତ୍ତିଭୂମି , ବୈଦେଶିକ ନୀତି ଏବଂ ଅର୍ଥନୀତିକୁ ଆଧୁନିକୀକରଣ କରିବା ପାଇଁ ତାଙ୍କର ନେତୃତ୍ୱ ଏବଂ ଉଦ୍ୟମ ସହ ଏକ ଆଧୁନିକ ତଥା ସମୃଦ୍ଧ ଭାରତ ପାଇଁ ବିଶେଷ ଭାବରେ ଶିକ୍ଷା , ସଡକ , ସ୍ୱାସ୍ଥ୍ୟ ଏବଂ ଜାତୀୟ ନିରାପତ୍ତା ଭଳି କ୍ଷେତ୍ରରେ ତାଙ୍କର ଗୁରୁତ୍ବଭୂମିକା ରହିଥିଲା ବୋଲି କହିଥିଲେ ।
ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପୂର୍ବରୁ ଅନୁଷ୍ଠିତ ଓଡ଼ିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଗଣଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା।
ପରେ ପରେ ଦେଶପ୍ରୀତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ଦେଶାତ୍ମବୋଧକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ୧୦୦ରୁ ଉର୍ଦ୍ଧ ଜଣ ସ୍ଵ ରଚିତ କବିତା ପାଠ କରିଥିଲେ। କବିତା ପାଠୋତ୍ସବକୁ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଓ ସୁଶ୍ରୀ ଅଞ୍ଜନା ପଟ୍ଟନାୟକ , ଅଧ୍ୟାପିକା କାଶୀନଗର ଜଗନ୍ନାଥ ମହାବିଦ୍ୟାଳୟ ପ୍ରମୁଖ ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କ ସମେତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ବରିଷ୍ଠ ନାଗରିକ , ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ତୁଷାର ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts