ସାଲକଟା ଗ୍ରାମର ୫ ମାସର ଶିଶୁର ସ୍ବାସ୍ଥ୍ୟ ସମସ୍ୟା, ମେଡିକାଲ୍ ଟିମ ସହ ପହଞ୍ଚିଲେ ଜିଲ୍ଲାପାଳ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧୨ : (ସୋମବାର) ଦିନ ସକାଳ ୧୦ ଘଟିକା ସମୟରେ ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତ ସାଲକଟା ଗ୍ରାମର ୫ ମାସର ଶିଶୁକୁ ଭେଟି ଜିଲ୍ଲାପାଳ ବିଭୂତି ଭୁଷଣ ନାୟକ ପିତାମାତାଙ୍କ ଠାରୁ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ସାଲକଟା ଗ୍ରାମ ଦଳିତ ସାହିର ଲୁଲୁ ନାଏକ ଙ୍କ ୫ ମାସର ଶିଶୁ କନ୍ୟା ଜନ୍ମରୁ ଅନ୍ଧ ଓ ତାର ମଳଦ୍ୱାର ନାହିଁ ଫଳରେ ଅର୍ଥାଭାବ ଯୋଗୁଁ ଚିକିତ୍ସା କରାଇ ନପାରି ପରିବାର ମ୍ରିୟମାଣ ହୋଇ ପଡିଛନ୍ତି ।
ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଶ୍ରୀ ନାୟକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା ଓ ଡାକ୍ତରୀ ଟିମ ସହ ସାଲକଟା ଗ୍ରାମରେ ପହଞ୍ଚିଥିଲେ ।
ଶିଶୁକନ୍ୟା ଓ ତାର ପିତା ମାତା ଘରେ ଅନୁପସ୍ଥିତ ଥିବା ଓ ନିକଟସ୍ଥ ଉଦୟପୁର ଗ୍ରାମର ସମ୍ପର୍କୀୟଙ୍କ ଘରକୁ ଯାଇଥିବା ସୂଚନା ପାଇ ଜିଲ୍ଲାପାଳ ଉଦୟ ପୁର ଗ୍ରାମକୁ ଯାଇଥିଲେ ।
ସେଠାରେ ଶିଶୁକୁ ଦେଖିବା ସହ ତାର ପିତାମାତାଙ୍କ ସହ ଆଲୋଚନା କରି ଆବଶ୍ୟକ ଚିକିତ୍ସା ଓ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।




