Odisha News

ଚାଷ ଜମିରେ ବଜ୍ରପାତ: ବାପ-ଝିଅ ସମେତ ତିନି ଜଣଙ୍କର ଗଲା ଜୀବନ

କୋରାପୁଟ, ୧୪/୫: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଅମ୍ପାବାଲି ପଞ୍ଚାୟତ କନ୍ଧପୁଟାବନ୍ଧ ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି । କାଳବୈଶାଖୀ ପ୍ରଭାବରେ ଆଜି ଉକ୍ତ ଅଞ୍ଚଳରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହୋଇଥିଲା । ଏହି ବଜ୍ରପାତ ୩ ଜଣଙ୍କର ଜୀବନ ନେଇଛି । ଗୋଟିଏ ପରିବାରର ବାପା ଓ ଝିଅ ସହ ମାଉସୀର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, କନ୍ଧପୁଟାବନ୍ଧ ଗ୍ରାମର ଜଣେ ଲୋକ ନିଜ ଝିଅ ଓ ସ୍ତ୍ରୀ ସହିତ ବିଲରେ କାମ କରିବା ପାଇଁ ଯାଇଥିଲେ । ଏହି ସମୟରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହୋଇଥିଲା । ସ୍ତ୍ରୀ ଆଗରେ ଆସିବା ସମୟରେ ବାପା ଓ ଝିଅ ଏକ ଗଛ ତଳେ ଛିଡା ହୋଇଯାଇଥିଲେ । ବିଜୁଳି ଉକ୍ତ ଗଛ ଉପରେ ପଡିଲା । ଫଳରେ ବାପା ଓ ଝିଅ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ମୃତ ଝିଅର ସମ୍ପର୍କୀୟ ମାଉସୀର ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତକ ୩ ଜଣଙ୍କୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି କରିଛି ।

Related Posts