Odisha News

ମନୋଜ ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର, ରାଜ୍ୟ ସରକାର ଦେଲେ ନିଯୁକ୍ତି

ଭୁବେନେଶ୍ୱର, ୯/୪: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ା ମୁଖ୍ୟ ସୂଚନା ଆୟୁକ୍ତଭାବେ ନିଯୁକ୍ତ ହୋଇଛନ୍ତି ।
ଏହା ସହିତ ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟ ଆଇନଜୀବୀ କଳ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳ ସୂଚନା ଆୟୋଗର ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ କୁମାର ଏଜିଏସୟୁଟି କ୍ୟାଡର ଅଟନ୍ତି । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିସାରିଛନ୍ତି ।
ସେ ଦିଲ୍ଲୀ ଫାଇନାନସିଆଲ୍ କର୍ପୋରେସନରେ ଅଧ୍ୟକ୍ଷ ସହିତ ପରିଚାଳନା ନିର୍ଦ୍ଦେଶକ ରହିଥିଲେ । ସେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଦୌଡ଼ରେ ମଧ୍ୟ ଥିଲେ । ସେ ୨୦୧୫ରେ ପଣ୍ଡିଚେରୀ ମୁଖ୍ୟ ଶାସନ ସଚିବ ଥିଲେ ।

Related Posts