ସାମ୍ବାଦିକ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହୋଲି ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୩ : ବରିଷ୍ଠ ପୋଲିସ ଅଧିକାରୀ ଓ ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହୋଲି ପାଳନ କରିଛନ୍ତି । ପୋଲିସ ଡିଜି ୱାଇ ବି ଖୁରାନିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଖୋଳି ଖେଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦେହରେ ରଙ୍ଗ ବୋଳିବା ପରେ ପରସ୍ପରକୁ ମିଠା ଖୁଆଇଥିଲେ । ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭାତୃତ୍ୱ ଓ ସଦଭାବନାର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଓ ଆନନ୍ଦ ଭରି ଦେଉ ବୋଲି ସେ କହିଛନ୍ତି ।