୨୪ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ତାପମାତ୍ରା: ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ସମ୍ଭାବନା

ଭୁବନେଶ୍ୱର, ୭/୩: ତାତିରୁ ମିଳିବ ନାହିଁ ଆଉ ନିସ୍ତାର । ଅସହ୍ୟ ହେବ ତାତି, ବଢ଼ିବ ଗୁଳୁଗୁଳି । ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ଆସନ୍ତା ୯ ତାରିଖରୁ ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଥଣ୍ଡା ବାୟୁର ପ୍ରଭାବ କମିବା ସହ ତାପମାତ୍ର ବୃଦ୍ଧି ସମ୍ଭାବନା ରହିଛି । ସେଥିପାଇଁ ସତର୍କ ହୋଇ ରହିବା ପାଇଁ ସୂଚନା ଦିଆଯାଇଛି ।
ଓଡିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ତାତି ବଢିବାର ସମ୍ଭାବନା ମଧ୍ୟ ରହିଛି । ମାର୍ଚ୍ଚ ମାସ ଆରମ୍ଭରୁ ଏତେ ଖରା ଓ ତାତି, ଯାହା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି ।