Odisha News

ଅଜବ ହେଲେ ବି ସତ: ପ୍ରସବ କଲେ ଦଶମ ଛାତ୍ରୀ

ମାଲକାନଗିରି, ୨୫/୨ : ମା’ ହେଲା ଦଶମ ଶ୍ରେଣୀର ଛାତ୍ରୀ । ଗତକାଲି ଦଶମ ବୋର୍ଡ଼ ପରୀକ୍ଷାର ଇଂରାଜୀ ପରୀକ୍ଷା ଦେଇସାରିବା ପରେ ପ୍ରସବ କଲେ ଛାତ୍ରୀ । ଘଟଣାଟି ମାଲକାନଗିରିର ଚିତ୍ରକୋଣ୍ଡାରେ ଘଟିଛି । ପରୀକ୍ଷା ଦେଇ ଆସିବା ପରେ ଚିତ୍ରକୋଣ୍ଡାର ଚିକିତ୍ସାଳୟରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ ।
ଗତକାଲି ବିଦ୍ୟାଳୟରୁ ଫୋନ ପାଇ ଛାତ୍ରୀଙ୍କ ବାପାଙ୍କୁ ତୁରନ୍ତ ବିଦ୍ୟାଳୟକୁ ଆସିବାକୁ କୁହାଯାଇଥିଲା । ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିବା ପରେ ତାଙ୍କ ଝିଅ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ । ଚିକିତ୍ସାଳୟରେ ପହଞ୍ଚି ବାପା ମା\’ ଝିଅର ଅବସ୍ଥା ବୁଝିବା ସହିତ ଏହି ଘଟଣାର ତଦନ୍ତ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ଛାତ୍ରୀଙ୍କ ବାପାଙ୍କ ଅନୁଯାୟୀ ପରୀକ୍ଷା ପୂର୍ବରୁ ସେ ଛାତ୍ରୀଙ୍କ ସହିତ ଫୋନ ଯୋଗେ କଥାବାର୍ତା କରିଥିଲେ । ଏପରି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଝିଅ ତାଙ୍କୁ କିଛି କହିନଥିବା ସେ କହିଥିଲେ ।
ଝିଅ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ ଓ କିଛି ଦିନ ହେବ ଘରକୁ ଯାଇନଥିଲେ । ଛାତ୍ରୀ ଜଣଙ୍କ କିପରି ଗର୍ଭବତୀ ହେଲେ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ କିପରି କିଛି ଜାଣିପାରିଲେ ନାହିଁ ଏନେଇ ପ୍ରଶ୍ନ ଉଠୁଛି । ପ୍ରତି ମାସ ଏଏନଏମଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲେ ହେଁ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଅଜଣା ରହିଲେ ତାହା ପ୍ରଶ୍ନବାଚୀ ହୋଇଛି ।

Related Posts