ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୨ : ବୁଧବାର ଦିନ ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ।
ବୌଦ୍ଧ ପଞ୍ଚାୟତ କଲେଜରେ ବୌଦ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେବିହିଷ୍ଟ କଲେଜ ଓ ବାଉଁଶୁଣୀ ସଂସ୍କାର କଲେଜର ମୋଟ୍ ୭୧୩ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ପରୀକ୍ଷା ଦେଉଛନ୍ତି ।
ସେଥି ମଧ୍ୟରୁ ୩୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଦିନର ପରୀକ୍ଷାରେ ଅନୁପସ୍ଥିତ ଥିବା ପରୀକ୍ଷା କେନ୍ଦ୍ର ଅଧିକ୍ଷକ ନିରଞ୍ଜନ ମିଶ୍ର ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ।
ଜିଲ୍ଲାପାଳ ଶ୍ରୀ ପଣ୍ଡା ବୌଦ୍ଧ କଲେଜ ଠାରେ ହୋଇଥିବା ସମସ୍ତ ପରୀକ୍ଷା କକ୍ଷ ବୁଲି ଦେଖିଥିଲେ । ସ୍ମାର୍ଟ ହାତ ଘଣ୍ଟା କୌଣସି ପରୀକ୍ଷାର୍ଥୀ ନ ପିନ୍ଧିବା ପାଇଁ ତାଗିଦ କରିବା ସହ ସେମାନଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ଓ ଶୌଚାଳୟ ଉପଲବ୍ଧ କରିବା ପାଇଁ କଲେଜ୍ କର୍ତ୍ତୃ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ କଲେଜ୍ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, କଲେଜ୍ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ପ୍ରମୁଖ ସାମିଲ୍ ହୋଇଥିଲେ ।