Odisha News

ରେଢ଼ାଖୋଲ-ବୌଦ୍ଧ ରାସ୍ତାରେ ବ୍ରିଜ୍ ଉପରେ ଝୁଲିରହିଛି ବାଲି ବୋଝେଇ ହାଇୱା, ଚାପି ହୋଇ ଫସିଛନ୍ତି ଚାଳକ

ସମ୍ବଲପୁର, ୧୦/୨: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବାଲି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ ବ୍ରିଜର ତଳକୁ ନ ଖସି ଅଧାରେ ଝୁଲି ରହିଛି । ଫଳରେ ସେଥିରେ ଥିବା ଡ୍ରାଇଭର ଫସି ରହିଛନ୍ତି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଡ୍ରାଇଭରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ହାଇୱା ଟ୍ରକଟି ମହାନଦୀରୁ ବାଲି ଉଠାଇ ରେଢ଼ାଖୋଲ ରାସ୍ତାରେ ଯାଉଥିଲା । ସକାଳ ପ୍ରାୟ ୫ଟା ସମୟରେ ହାଇୱାଟି ରେଢ଼ାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଗାଁ ନିକଟରେ ଏକ ପୋଲର ବାଡ଼ରେ ପିଟି ହୋଇଯାଇଥିଲା ।
ମାତ୍ର ଗାଡ଼ିଟି ସମ୍ପୂର୍ଣ୍ଣ ତଳକୁ ନ ଖସି ପୋଲ ବାଡ଼ରେ ଝୁଲି ରହିଥିଲା । ରେଢ଼ାଖୋଲ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଁଚି ଚାଳକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Related Posts