Odisha News

ଆଜି ବିଶ୍ୱ କର୍କଟ ଦିବସ ଉପଲକ୍ଷେ ବାଲିରେ ସଚେତନତା

ଓଡ଼ିଶା, ୪/୨ : ଆଜି ବିଶ୍ୱ କର୍କଟ ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ “World Cancer Day” ଉପଲକ୍ଷେ ପୁରୀ ର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।
ଚଳିତ ବର୍ଷ “United By Unique” କୁ ଆଧାର କରି ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ନିର୍ମାଣ କରିଥିବା ବେଳେ ଏହି ବାଲୁକା କଳା ଟି ୨୦ଫୁଟ ଓସାର ଏବଂ ୭ଫୁଟ ଉଚ୍ଚତା ବିଶିଷ୍ଟ ଅଟେ । ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ World Cancer Dayର ବାର୍ତ୍ତା ଦେଇଛନ୍ତି ।
ଚଳିତ ବର୍ଷ କୀମସର ବିଶେଷଜ୍ଞମାନେ ମାନସ ସାହୁଙ୍କୁ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ମାଧ୍ୟ୍ୟମରେ ସାରା ବିଶ୍ୱକୁ କ୍ୟାନ୍ସରର ସଚେତନତା ର ବାର୍ତ୍ତା ଦେଇଛନ୍ତି ।

Related Posts