ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ହଂସପାଳ ଫ୍ଲାଏ ଓଭର ବ୍ରିଜ ଉଦଘାଟିତ, ବିଳମ୍ବ ଲାଗି ବିଜେଡି ସରକାର ଓ ଠିକାଦାରଙ୍କୁ ଦାୟୀ କଲେ
ଭୁବନେଶ୍ୱର, ୨୧/୧ : ବହୁ ବିଳମ୍ବରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭରବ୍ରିଜ୍ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି ।
୨୪ କୋଟି ବ୍ୟୟବରାଦରେ ହଂସପାଳ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହୋଇଛି । ଏହା କଟକ ଏବଂ ଭୁବନେଶ୍ୱର ରାସ୍ତାକୁ ସଂଯୋଗ କରୁଛି । କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀ ଗତ ବର୍ଷ ଏହି ବ୍ରିଜ ବ୍ୟବହାର କରିପାରୁଥିବାବେଳେ ଏଣିକି ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡ଼ି ହଂସପାଳ ଫ୍ଲାଏ ଓଭରବ୍ରିଜ ଦେଇ ଯାତାୟତ କରିପାରିବେ ।
ଉଦଘାଟନ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ମାଣରେ ବିଳମ୍ବ ପାଇଁ ପୂର୍ବତନ ବିଜେଡି ସରକାର ଓ ଠିକାଦାରଙ୍କୁ ଦାୟୀ କରିଛନ୍ତି । ସାଂସଦ କହିଛନ୍ତି, ୨୪ କୋଟି ଟଙ୍କାରେ ନିର୍ମାଣ ହୋଇଛି ବ୍ରିଜ୍। ଏବେ ହଂସପାଳରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣକୁ ଆସିବ ଭୁବନେଶ୍ୱର-କଟକ ଟ୍ରାଫିକ ସମସ୍ୟା ଦୂର କରିବ ରିଙ୍ଗ ରୋଡ । ୧୮ ମାସରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ଚୁକ୍ତି ହୋଇଥିଲା । କିନ୍ତୁ ମାତ୍ର ୫୦୦ ମିଟର୍ ଫ୍ଲାଏ ଓଭର୍ ପାଇଁ ୫ ବର୍ଷ ସମୟ ଲାଗିଲା ।