ଜିଲ୍ଲା ପ୍ରଶାସନ, ବୌଦ୍ଧ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ବର୍ଦ୍ଧିତ ଭତ୍ତା ଉତ୍ସବ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୧ : ଜିଲ୍ଲା ପ୍ରଶାସନ, ବୌଦ୍ଧ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ମିଳିତ ଆନୁକୁଲ୍ୟରେ ତା . ୧୫.୦୧.୨୦୨୫ ରିଖରେ ଜନ ସେବା ଦିବସ ଟାଉନ ହଲ, ବୌଦ୍ଧ ଠାରେ ୮୦ ବର୍ଷରୁ ଅଧିକ ଓ ୮୦%ରୁ ଅଧିକ ବର୍ଦ୍ଧିତ ଭତ୍ତା ୩୫୦୦/- ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସମାରୋହ ର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ , ବୌଦ୍ଧ ଶ୍ରୀ ସୁବ୍ରତ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ ,ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଯୋଗଦେଇଥିଲେ ।
ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ବିଶି ମଞ୍ଚ ପରିଚାଳନା କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଓଡ଼ିଶା ସରକାରଙ୍କ ତରଫରୁ ଯୋଗ୍ୟ ୮୦ ବର୍ଷରୁ ଅଧିକ ଓ ୮୦%ରୁ ଅଧିକ ବର୍ଦ୍ଧିତ ଭତ୍ତା ୩୫୦୦/- ବୌଦ୍ଧ ବ୍ଲକ ର ୨୭୬ ଜଣ, ହରଭଙ୍ଗା ବ୍ଲକ ର ୬୨୨ ଜଣ ,କଣ୍ଟାମାଳ ବ୍ଲକ ର ୯୧ ଜଣ, ବିଜ୍ଞାପିତ ଅଞ୍ଚଳ ପରିଷଦର ୫୪ ଜଣ ଙ୍କର ଅନୁମୋଦନ ହୋଇଥିଲା।
ତନ୍ମଧ୍ୟରୁ ଆଜି ଟାଉନ୍ ହଲ ଠାରେ ବୌଦ୍ଧ ବ୍ଲକ ର ୬୭ଜଣ, ହରଭଙ୍ଗା ବ୍ଲକ ର ୭୭ ଜଣ ,କଣ୍ଟାମାଳ ବ୍ଲକ ର ୩୦ ଜଣ, ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ ଜଣଙ୍କୁ ଅତିଥି ମାନଙ୍କ ଦ୍ଵାରା ଭତ୍ତା ବଣ୍ଟନ କରାଯାଇଥିଲା।
ବାକିଥିବା ଭତ୍ତା ହିତାଧିକାରୀଙ୍କୁ ନିଜ ନିଜ ପଞ୍ଚାୟତ ରେ ଭତ୍ତା ଯୋଗାଇ ଦିଆଯାଇଥିଲା।୩ ଜଣ ଭିନ୍ନକ୍ଷମ ଓ ସାଧାରଣ ବ୍ୟକ୍ତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨୫୦୦୦୦୦/- ଟଙ୍କା ପ୍ରଦାନ କରା ଯାଇଥିଲା । ସର୍ବଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ,ବୌଦ୍ଧ ଶ୍ରୀ ରାଜିନ୍ଦ୍ର କିଶାନ ଧନ୍ୟବାଦ ଅର୍ପଣ କରିଥିଲେ ।