Odisha News

ଗାଁଠୁ ସହର ଉତ୍ସବ ମୂଖର, ନାଚ ଗୀତରେ ଫାଟି ପଡୁଛେ ଗାଁ ଦାଣ୍ଡ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୯: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପର୍ବ ପାଇଁ ଆଜି ବୌଦ୍ଧ ଜିଲ୍ଲାର ଗାଁଠୁ ସହର ଉତ୍ସବ ମୁଖର ହୋଇପଡିଛି । ଗାଁ ଗାଁରେ ଖୁସିଲ ମାହୋଲ ସାଙ୍ଗକୁ ଜମିଛେ ନାଚ ଗୀତର ଆସର । ଚଷା ପୁଅ ତାର ପ୍ରଥମ ଫସଲକୁ ମାଁ ଙ୍କ ନିକଟରେ ଅର୍ପଣ କରିଥାଏ । ଚଷୀ ନିଜ ଜମିରେ ଖିର ,ଅରୁଆ ଚାଉଳ ଓ ଫୁଲ ଦୁବ ଦେଇ ମାଟି ମାକୁ ପୁଜା ମଧ୍ୟ କରିବାକୁ ଭୁଲି ନଥାଏ ।
ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନବାନ୍ନ ଲାଗିବା ପରେ ଗ୍ରାମ ଗୁଡିକର ଗ୍ରାମଦେବୀଙ୍କପିଠରେ ଲାଗିଥିଲା ନବାନ୍ନ । ଗ୍ରାମ ଗୁଡିକରେ ଗ୍ରାମ ମୁଖିଆଙ୍କ ଦ୍ୱାରା ଗ୍ରାମଦେବତୀଙ୍କ ନିକଟରେ ନବାହ୍ନ ଅର୍ପଣ ପରେ ପ୍ରତି ପରିବାରର ସମସ୍ତେ ନୂଆଲୁଗା ପିନ୍ଧି ନିଜ ନିଜର ଘରର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା ।
ପରେ ପରିବାର ସମସ୍ତେ ମିଶି ନବାନ୍ନ ଭକ୍ଷଣ କରିଥିଲେ । ଏହି ପର୍ବ ପାଳନ ନେଇ ଘରେ ଘରେ ନୂଆ ଚାଉଳର ପିଠାପଣା ସହ ବିଭିନ୍ନ ସୁସ୍ୱାଦ୍ୟ ଖାଦ୍ୟର ମହକରେ ଘର ଗୁଡିକ ବାସିବା ସହ ଗାଁ ଦାଣ୍ଡ ମହମହ ବାସୁଛି । ସମାଜର ବିଭିନ୍ନ ବର୍ଗରେ ପରମ୍ପରା ଅନୁସାରେ କୁରେଇ, ମହୁଲ, ପଲଶା, ଶାଳ ପତ୍ରରେ ନୂଆଁ ଖାଇଥାନ୍ତି । ଏହା ସହ ନାଚ ଗୀତରେ ପୁରା ଗାଁ ଗୁଡିକ ଉଛୁଳି ପଡୁଛି ।
ନବାନ୍ନ ଭକ୍ଷଣ କରିବା ପରେ ସାନ ମାନେ ବଡ ମାନଙ୍କୁ ମୁଣ୍ଡିଆ ମାରି ଆଶିର୍ବାଦ ଗ୍ରହଣ କରିଛନ୍ତି । ଜିଲ୍ଲାର ହରଭଙ୍ଗା ବ୍ଳକର ଧଳପୁର ଗ୍ରାମପଞ୍ଚାୟତର ବୁଢୀକଣ ଗ୍ରାମରେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ କରିଥିଲେ । ପୁରା ଗାଁର ମହିଳା , ପୁରୁଷ ଓ ଛୋଟ ଛୋଟ ଛୁଆମାନେ ଆନନ୍ଦରେ ଫାଟି ପଡୁଥିଲେ ।
ସର୍ପାଘାତରେ ଚାଲିଗଲା ୩ ଝିଅଙ୍କ ଜୀବନ,ବାପା ଗୁରୁତର
ବୌଦ୍ଧ,୧୧/୯: ସକାଳ ହୋଇଥିଲେ ପାଳିଥାନ୍ତେ ନୂଆଁଖାଇ । ସକଳ କୁଟୁମ୍ବ ମିଶି ଖାଇଥାନ୍ତେ ନୂଆଁ । ସେଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇଥିଲା ଶେଷ । କେବଳ ଅପେକ୍ଷା ଥିଲା ସକାଳକୁ । ହେଲେ ଦଇବ ସାଜିଲା ବୈରୀ । ସକାଳ ପାଇବା ଆଗରୁ ସର୍ପାଘାତରେ ଚାଲି ଗଲା ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ । ସମଗ୍ର ଗ୍ରାମ ହୋଇଗଲା ସ୍ତବଧ ।
ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଚରିଆପାଲି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିଷ ଧର ସାପ କାମୁଡାରେ ତିନି ଭଉଣୀଙ୍କ ଜୀବନ ଚାଲି ଯାଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ହେଉଥିବା ଜଣାପଡିଛି । ସୁଚନା ମତେ, ବୌଦ୍ଧଥାନା ଟିକରପଡା ପଂଚାୟତର ଚରିଆପାଲି ଗ୍ରାମରେ ସୋମବାର ନୂଆଁଖାଇ ପାଇଁ ନିଷ୍ପତି ହୋଇଥିଲା । ରାତିରେ ଗ୍ରାମର ସୌରେନ୍ଦ୍ର ମଲ୍ଲିକଙ୍କ ପରିବାର ଖାଇ ସାରି ଶୋଇ ପଡିଥିଲେ ।
ରାତିରେ ଏକ ବିଷଧର ସାପ ଘର ଭିତରକୁ ପଶି ପ୍ରଥମେ ସାନଝିଅ ସୁରଭି ମଲ୍ଲିକ(୩)ଙ୍କୁ କାମୁଡି ଦେଇଥିଲା । ତାପରେ ବଡ ଝିଅ ସ୍ମୃତିରେଖା ଓ ତାପରେ ମଝିଆ ଝିଅ ସୁଭରେଖା ମଲ୍ଲିକ(୯)କୁ ସାପ କାମୁଡି ଦେଇଥିଲା । ଏହା ପରେ ସୌରେନ୍ଦ୍ରକୁ ମଧ୍ୟ ସାପ କାମୁଡି ଦେଇଥିଲା । ସୌରେନ୍ଦ୍ର ତାଙ୍କୁ କଣ କାମୁଡି ଦେଲା ବୋଲି କହି ଉଠି ଲାଇଟ ଲଗାଇ ଥିଲେ ।
ସେ ଦେଖିବାକୁ ପାଇଥିଲେ ଏକ ବିଷଧର ସାପ । ସେ ଜାଣିବାକୁ ପାଇଥିଲେ ତାଙ୍କ ସହିତ ଝିଅକୁ ମଧ୍ୟ ସାପ କାମୁଡି ଦେଇଛି ବୋଲି । ହେଲେ ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।
ସେଠାରେ ଡାକ୍ତର ଗୋଟିଏ ପରେ ଗୋଟିଏ ଝିଆକୁ ମୃତ ଘୋଷଣା କରିଥିଲେ । ସୌରେନ୍ଦ୍ର ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାର ଆଖି ଆଗରେ ତିନି ଝିଅଙ୍କ ଜୀବନ ଚାଲି ଯିବା ଦେଖି ମାର ବୁକୁଫଟା କାନ୍ଦରେ ସମଗ୍ର ଡାକ୍ତରଖାନାକୁ ସ୍ତବଧଃ ହୋଇ ପଡିଥିଲା । ବୌଦ୍ଧ ପୁଲିସ ଖବର ପାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଚଳାଇଛି ।
ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପିଠରେ ଲାଗିଲା ନବାନ୍ନ
ବୌଦ୍ଧ,୧୧/୯: ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ରବିବାର ଦିନ ସକାଳ ୯.୪୫ ମିନିଟ ସମୟରେ ନବାନ୍ନ ଲାଗି କରାଯାଇଛି । ମହାନଦୀରେ ପୁଜା କରି ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା ।
ମୁଖ୍ୟ ପୂଜକ ଗୌରି ପ୍ରସାଦ ବଡମାଳି ଓ ପାଳିଆ ପୂଜକ ଏକା ବଡମାଳି ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ପାଶ୍ୱର୍ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ଦିରର ଚୂଡାରେ ନୂତନ ଧ୍ୱଜା ଲାଗିଥିଲା ।
ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ନବାନ୍ନ ସେବନ କରିଥିଲେ । ପୂଜା କାର୍ଯ୍ୟରେ ବିଭୁତି ଭୁଷଣ ବଡମାଳି,ସାନନ୍ଦ ବଡମାଳି,ବିଶୁ ବଡମାଳି, ତରଣୀ ବଡମାଳି, ଧନେଶ୍ୱର ବଡମାଳୀ, ବିଶ୍ୱ ବଡମାଳି, ରାଜୁ ବଡମାଳି, ଓ ଅନ୍ୟ ମାନେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟରେ ଅମର ସାହୁ, ସମ୍ପଦ ଅଗ୍ରୱାଲା, ହରେଶ ନାୟକ, ଆଲୋକ ମହାପାତ୍ର , ଫକିର ଘଡେଇ ଓ ମନ୍ଦିର ପରିଚାଳନା ସଦସ୍ୟ ମାନେ ସାମିଲ ଥିଲେ ।
ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ନୂତନ ସଦସ୍ୟତା ଅଭିଯାନ ବୈଠକ
ବୌଦ୍ଧ,୧୧/୯: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂପୁର ସ୍ଥିତ ବନ ବିଭାଗ ବଙ୍ଗଳା ଠାରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ଙ୍କ ତତ୍ୱାବଧାନ ରେ ନୂତନ ସଦସ୍ୟତା ଅଭିଯାନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ବୌଦ୍ଧ ବିଜେପି ଓବିସି ମୋର୍ଚ୍ଚା ର ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ ସଭାପତିତ୍ୱ କରିଥିଲେ ।
ଏଥିରେ ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଇଂ ବିକାଶ ମହାକୁଳ, ସୁବାସ ପ୍ରଧାନ, ମାଗୁଣି ଗାଈଗୌରିଆ,ଦେବାଶିଷ ମହାକୁଡ଼,ରଞ୍ଜନ ଖେତୀ ଏବଂ ଓବିସି ମୋର୍ଚ୍ଚା ସଦସ୍ୟତା ଜିଲ୍ଲା ପ୍ରଭାରୀ ଦେବାଶିଷ ପ୍ରିୟରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ରାଜ୍ୟ ର ଯୋଜନା ମୁତାବକ ବୌଦ୍ଧ ଜିଲ୍ଲା ଓବିସି ମୋର୍ଚ୍ଚା କିପରି ଭାବେ ସଦସ୍ୟତା ଅଭିଯାନ ରେ ପ୍ରମୁଖ ଭୂମିକା ନେଇ ନ୍ୟସ୍ତ ଧର୍ଯ୍ୟ ପୂରଣ କରିପାରିବ ସେଥି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବିଭିନ୍ନ ଦାଇତ୍ୱ ଅର୍ପଣ କରାଗଲା ।
ମଣ୍ଡଳ, ଶକ୍ତିକେନ୍ଦ୍ର ଏବଂ ବିଧାନସଭା ୱାରୀ ପୁର୍ଣ ଦାୟିତ୍ୱ ର ସହକାରେ ନିର୍ଦ୍ଧାର୍ଯ୍ୟ ସଦସ୍ୟତା କରିବା ଉପରେ ଜିଲ୍ଲା ସଭାପତି ଜୋର ଦେଇଥିଲେ । ଶେଷରେ ରାଜ୍ୟ ସଂଯୋଜକ ଇଂ ବିକାଶ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

Seo wordpress plugin by www.seowizard.org.