Odisha News

୭୦ ଡେଇଁଲେ ପ୍ରତ୍ୟେକ ଭାରତୀୟଙ୍କୁ ମିଳିବ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୨୭/୬: ଗୁରୁବାର ଉଭୟ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣ ପ୍ରଦାନ କରିଛନ୍ତି । ଯେଉଁଥିରେ ସେ ମୋଦି ସରକାରଙ୍କ ସଫଳତା ବିଷୟରେ ଗୃହର ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।
ରାଷ୍ଟ୍ରପତି ଗୁରୁବାର କହିଛନ୍ତି , ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧ ମଧ୍ୟ ମାଗଣା ଚିକିତ୍ସାର ସୁବିଧା ପାଇବେ। ଦେଶରେ ୨୫ ହଜାର ଜନ ଔଷଧି କେନ୍ଦ୍ର ଖୋଲିବା କାର‌୍ୟ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସରକାର ୫୫ କୋଟି ହିତାଧିକାରୀଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି।
ବର୍ତ୍ତମାନ ସରକାର ଏହି କ୍ଷେତ୍ରରେ ଆଉ ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୭୦ବର୍ଷରୁ ଅଧିକ ସମସ୍ତ ବୃଦ୍ଧ ବ୍ୟକ୍ତି ମଧ୍ୟ ମାଗଣା ଚିକିତ୍ସାର ଲାଭ ପାଇବେ।

Related Posts

Seo wordpress plugin by www.seowizard.org.