Odisha News

ଏଆଇ ପ୍ରସଙ୍ଗରେ ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ, ‘କହିଲେ ଭଲ କଥା ସେମାନେ ବି ୟୁଜ୍ କରନ୍ତୁ’

ଭୁବନେଶ୍ୱର,୨୨/୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି। ଏଭଳି ସ୍ଥିତିରେ ଭାଜପାର ମଙ୍ଗ କେନ୍ଦ୍ରୀୟ ନେତାମାନେ ଧରିଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଙ୍ଗ ଧରିଛନ୍ତି।
ପ୍ରାୟତଃ ବିରୋଧୀଙ୍କ କଟାକ୍ଷକୁ ଖାତିର କରୁ ନ ଥିବା ନବୀନ ଚଳିତ ନିର୍ବାଚନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଜବାବ ରଖୁଥିବା ଦେଖାଯାଉଛି। ଏହାକୁ ନେଇ ଭାଜପା ସନ୍ଦେହ ପ୍ରକାଶ କରିଛି। ନିର୍ବାଚନୀ ସଭାରେ ନବୀନ ଗୋଟିଏ ମିନିଟ୍ରେ ସ୍କ୍ରିପ୍ଟେଡ ଲେଖା ପଢ଼ି ଦେଉଛନ୍ତି। ହେଲେ ଶର୍ଟ ଭିଡିଓରେ ବେଶ୍ ପ୍ରାଞ୍ଜଳ ଭାବେ ସମସ୍ତ ଘଟଣାକୁ ପରିପ୍ରକାଶ କରୁଛନ୍ତି। ଏଣୁ ବାସ୍ତବରେ ସେ କହୁଛନ୍ତି ନା ତାହା ଇଓ କିଛି ସ୍ପଷ୍ଟ ହୋଇପାରୁନାହିଁ ବୋଲି ବୁଧବାର ଭାଜପା ନେତା ସମୀର ମହାନ୍ତି କହିଛନ୍ତି। ଏଭଳି ଭିଡିଓ କରିବା ଛାଡ଼ନ୍ତୁ, ଆଲୋଚନା କରିବାକୁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।
ତେବେ ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏକ ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛନ୍ତି ସାର୍ ଭାଜପା ଅଭିଯୋଗ କରୁଛି ଯେ, ଆପଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI ) ଭିଡିଓ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହୁଛନ୍ତି ଭଲ କଥା। ସେମାନେ ନିଜେ ଇଣ୍ଟେଲିଜେନ୍ସ ବ୍ୟବହାର କରୁଛନ୍ତି। ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Related Posts

Seo wordpress plugin by www.seowizard.org.