ମହାଶିବରାତ୍ରୀ ପାଇଁ ନାଲକୋ ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଦହି,ଲସି ଓ ଥଣ୍ଡା ପାନୀୟ ବଣ୍ଟନ
Nalco reaches out to devotees on Mahashivratri Day with milk drinks
By Sukanta Mohanty
ଭୁବନେଶ୍ୱର: ଚଳିତବର୍ଷ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ନାଲକୋ ପକ୍ଷରୁ ଭକ୍ତଙ୍କ ପାଇଁ ଦହି,ଲସି ସହ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଓ ଫାଷ୍ଟଏଡ୍ ର ବ୍ୟବସ୍ଥା କରାଯାଇଥିଲା । ଏଠାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ରତଧାରୀ ସହସ୍ରାଧିକ ଭକ୍ତମାନେ ଥଣ୍ଡାପାନୀୟ ପିଇ ତୃଷା ମେଣ୍ଟାଇଥିଲେ । ଏହି ସବୁ ପାନୀୟ ବ୍ୟବସ୍ଥା ନାଲକୋ ପକ୍ଷରୁ ହୋଇଥିବା ବେଳେ ନାଲକୋର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ରଥ ଓ ନାଲକୋର ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।