Odisha News

ଗୁଣପୁର :କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ବାସ୍ଥ୍ୟସେବା ନପାଇ ଚାଲିଗଲା ୬୨ ବର୍ଷ ବୟସ୍କଙ୍କ ଚାଲିଗଲା ଜୀବନ

62-year-old man dies in Gunupur containment area sans timely medical care

By Radhakrushna Patnaik

ଗୁଣପୁର, July 20: : ରାୟଗଡ ଜିଲା ଗୁଣପୁର ସହର ରେ ଚିକିତ୍ସା ଟିକାକ କରାଇବା ପାଇଁ ପରିବାର ଓ ସାହିଲୋକ ତିନିଘଣ୍ଟା ର ଚେଷ୍ଟା କରିବା ପରେ ଆଖି ବୁଜିଥିଲେ ଏହି ବ୍ଯକ୍ତି ଜଣଙ୍କ। ସହର ଭିତରେ କୁମୁଟି ସାହି କଣ୍ଟେନମେଣ୍ଟ ଅଞ୍ଚଳରେ ଏମିତି ଏକ ଦୁଃଖଦ ଛାତି ଫଟା ଘଟଣା ଘଟିଛି ଆଜି ସନ୍ଧ୍ୟା ରେ।ସ୍ଥାନୀୟ କୁମୁଟି ସାହିର ଏହି ବ୍ଯକ୍ତି ହେଲେ ଗୁଡଲା କ୍ରିଷ୍ଣାରାଓ (୬୨ବର୍ଷ) । ଶନିବାର  ଅପରାହ୍ନ  ୩ଟାରେ ସେ ଗ୍ଯାସ  ଜନିତ ପେଟରେ ଯନ୍ତ୍ରଣା ଅନୁଭବ କଲେ। ତାପରେ ନିଶ୍ବାସ ନେବାରେ ସମସ୍ଯା ହେଲା। ୧୦୮କୁ ଡାକିବାରୁ ଘରପାଖକୁ ଆସି ଫେରିଗଲା। ସିଧା ସିଧା କହିଲା କଣ୍ଟେନମେଣ୍ଟ ଅଞ୍ଚଳର ରୋଗୀକୁ ଆମେ ନେବୁନି। ବାହାର ଡାକ୍ତର କେହି ଆସିଲେନି। ମେଡିକାଲ କୁ ୫ଟା ରେ ଖବର ଦେବାପରେ ୬.୩୦ରେ ଟିମ୍ ଆସି ଦେଖିବା ବେଳକୁ ଜୀବନ ଚାଲି ଯାଇଥିଲା। କଣ୍ଟେନମେଣ୍ଟ ଅଂଚକ ରେ ସ୍ୱାସ୍ଥ୍ୟ ସେବା ବୁଝିବାକୁ ପ୍ରଶାସନ ଗୁଣପୁର ଏସ :ଡି :ଏମ : ଓ  ଙ୍କୁ ଦାଇତ୍ୱ ଦେଇଥିବା ବେଳେ ତାଙ୍କୁ ବାରମ୍ବାର ବସ୍ତି ବାସି ଜଣାଇଲେ ସୁଦ୍ଧା ସେ କିଛି ବି ସାହାଯ୍ୟ କରିପାରିଲେ ନାହିଁ ଯାହା ଦୁର୍ଭଗ୍ୟ ର ବିଷୟ ।

ଅନ୍ୟ ପକ୍ଷରେ ଗୁଣପୁର ଡାକ୍ତର ଖାନା ୩ଦିନ ପାଇଁ ପ୍ରଶାସନ ବନ୍ଦ ଘୋଷଣ କାରିଥିଲେ ହେ ଜରୁରୀକାଳୀନ ସେବା ଦିଆଯାଉଛି ତୁମେ ତୁରନ୍ତ ତାଙ୍କୁ ଡାକ୍ତରଖାନା କୁ ନେବା ପାଈଁ ପରାମର୍ଶ  ଦେଇଥିଲେ ହୁଏତ ତାଙ୍କ ଜୀବନ ବଞ୍ଚି ଯାଇଥାନ୍ତା  ସେତିକି ପରାମର୍ଶ ମଧ୍ୟ ଦେଇପାରିଲେ ନାହିଁ  ଯାହା ଦୁର୍ଭଗ୍ୟ ବିଷୟବୋଲି ସେହି ବସ୍ତି ର ଯୁବ ବ୍ୟବସାୟୀ  ଜି :ଗୋବିନ୍ଦା ରାଓ  ଦୁଃଖ ପ୍ରକାଶ କରି କହିଛନ୍ତି ।

ଆଗକୁ ଏପରି ଯେମିତି ନହେବ ସ୍ୱାସ୍ଥ୍ୟ ବିଭଗ କୁ ଏଥି ପ୍ରତି ସଚେତନ କରି ଯତ୍ନବାନ କରିବାକୁ ବସ୍ତି ବାସୀ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି । ତେବେ  ଏ ସମ୍ପର୍କ ରେ ଦାଇତ୍ୱ ରେ ଥିବା ଡାକ୍ତର ଆମେ ଖବର ପାଇ ପହଂଚିବା ବେଲକୁ ତାଙ୍କରି ମୃତ୍ୟୁ ହୋଇଯାଇଥିଲା ବୋଲି ସଫେଇ ଦେଇଛନ୍ତି ।

ଅପରପକ୍ଷେ ପ୍ରଶାସନ ଡାକ୍ତରଖାନା ସଟ ଡାଉନ କରି ଜରୁରୀ ସେବା ଦିଆଯିବ ବୋଲି ବୋଲି ସହର ରେ ପ୍ରଚାର ପ୍ରସାର ନ ହେବା ଫଳରେ ଲୋକେ ସେବା ମିଳିବା ବିଷୟ ନ ଜାଣି ହଇରାଣ ହୋଇଛନ୍ତି ।ଆଜି ସହର ରେ ୪ଜଣ ବିଭିନ୍ନ କାରଣ ରୁ ମୃତ୍ୟୁ ବରଣ କରିଥିବା ବେକେ  ସହରର ୪ ଜଣ  ଓ ରମାନଗୁଡା ର ଜଣେ କରୋନା ପୋଜେଟିଭ ଚିହ୍ନଟ ହେବ ପରେ ସେମାନଙ୍କୁ କୋବିଡ଼ ହସ୍ପିଟାଲ କୁ ଚିକିତ୍ସା ପାଇଁ ନିଆଯାଇଛି ବୋଲି ଜଣାପଡିଛି ।

ଗତ କାଲି ସହର ରେ ବିଭନ୍ନ ବସ୍ତି ରେ କ ରୋନା ପଜେଟିଭି ବାହାରିବା ପରେ ଆଜି ଜିଲା ପ୍ରଶାସନ ଗୁଣୁପୁର ବ୍ଲକ ଓ ସହର ରେ ୧୫ ପଜେଟିଭି  ବାହାରିବା ପରେ ସେହି ବସ୍ତି କୁ ବିଶୋଧନ କରି କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ।ଗୁଣପୁର ଉପଜିଲ୍ଲାପାଳଡ଼ଃ ବି :ଏସ :ବଳିରାମ ବିଡିଓ ଶାନ୍ତି ପ୍ରଭା ପ୍ରଧାନ ଓ ପୌରପରିଷଦ ର ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ ଗୁଣପୁର ସହର ଓ ବ୍ଲକ ର ଶ୍ରୀଝୋଲି ପଂଚୟତସବୁ ବସ୍ତି କୁ ବୁଲି ତଦାରଖ କରିଥିଲେ ହେ ଆଜି କୁମୁଟି ସାହି ରେ ଏପରି ଅଭାବନୀୟ ଘଟଣା ଘଟିବା ରୁ ସହର ବାସୀ ସରକାର ଙ୍କ ସ୍ୱାସ୍ତ୍ୟ ସେବା ପ୍ରତି ଅସ୍ଥା  ହରାଇଥିବା ଦେଖିବାକୁ ମିଲିଛି ।

Related Posts

Seo wordpress plugin by www.seowizard.org.