Odisha News

୯ ବର୍ଷର ଝିଅ କାହାର ? ଦୁଇ ମହିଳା ଥାନାରେ

ଭୁବନେଶ୍ୱର ୧୯/୬: ଭୁବନେଶ୍ୱର ମୁଣ୍ଡାସାହି ବସ୍ତିରେ କୁନି ଝିଅକୁ ଘର ମାଲିକ ନେଇଯିବା ଘଟଣାରେ ନୂଆମୋଡ଼। ୯ ବର୍ଷର ନାବାଳିକାକୁ ନେଇ ପାଳିତ ମା ଓ ଜନ୍ମକଲା ମା ଭିତରେ ଟଣାଓଟରା ।
ରବିବାର ପୋଲିସ ଓ ଚାଇଲ୍ଡ ଲାଇନ୍ ମୁଣ୍ଡା ସାହି ବସ୍ତିରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି। ଚାଇଲ୍ଡ ଲାଇନ ଓ ପୋଲିସ ଉଭୟ ପକ୍ଷଙ୍କୁ ମଞ୍ଚେଶ୍ବର ଥାନାକୁ ଆଣି ସମାଧାନର ଉଦ୍ୟମ କରୁଛନ୍ତି।
ଚାଇଲ୍ଡ ଲାଇନ୍ ପକ୍ଷରୁ କୁହାଯାଇଛି ଝିଅ ଯାହାର ହୋଇଥାଉ ନା କାହିଁକି ଆଇନ ଅନୁସାରେ ହସ୍ତାନ୍ତର କରାଯିବ।

Related Posts

Seo wordpress plugin by www.seowizard.org.