Odisha News

୯୩ତମ ଜନ୍ମଦିନରେ ପ୍ରେମିକାଙ୍କୁ ବିବାହ କଲେ ଆଲ୍‌ଡ୍ରିନ୍

ଲସ୍ ଏଞ୍ଜେଲେସ୍,୨୨/୧: ୯୩ତମ ଜନ୍ମଦିନରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି ବୋଲି ଚନ୍ଦ୍ରପୃଷ୍ଠରେ ଚାଲିଥିବା ଦ୍ବିତୀୟ ବ୍ୟକ୍ତି ବଜ୍ ଆଲ୍ଡ୍ରିନ୍ କହିଛନ୍ତି।
ଶୁକ୍ରବାର ଦିନ ୯୩ତମ ଜନ୍ମଦିନ ପାଳନ କରିଥିବା ଆଲ୍ଡ୍ରିନ୍ ଟୁଇଟ୍ରେ କହିଛନ୍ତି ଯେ, ଲସ୍ ଏଞ୍ଜେଲ୍ସ୍ରେ ଛୋଟଧରଣର ଉତ୍ସବରେ ୬୩ ବର୍ଷୀୟ ଡକ୍ଟର୍ ଆଙ୍କା ଫଅର୍ ଙ୍କୁ ସେ ବିବାହ କରିଛନ୍ତି। ବିବାହ ବେଳର ଦୁଇଟି ଫଟୋ ସେୟାର୍ କରି ତାଙ୍କ ଅନୁଗାମୀମାନଙ୍କ ପ୍ରତି ଲେଖିଛନ୍ତି, ତରୁଣତରୁଣୀ ଘରୁ ପଳାଇଯିବା ଭଳି ଆମର ମନେହେଉଛି।
ଉଲ୍ଲେଖଯୋଗ୍ୟ, ଆଲ୍ଡ୍ରିନ୍ ୩ ଥର ବିବାହ କରି ଛାଡ଼ପତ୍ର ଦେଇଛନ୍ତି। ୧୯୫୪ରେ ସେ ଜୋଆନ୍ ଆନ୍ ଆର୍କର୍ଙ୍କୁ ବିବାହ କରି ୨୦ ବର୍ଷ ପରେ ଛାଡ଼ପତ୍ର ଦେଇଥିଲେ। ଏହାପରେ ୧୯୭୫ରେ ସେ ବିଭର୍ଲି ଭାନ୍ ଜାଇଲ୍ଙ୍କୁ ବିବାହ କରି ୧୯୭୮ରେ ଛାଡ଼ପତ୍ର ଦେଇଥିଲେ। ୧୯୮୮ରେ ସେ ଲଇସ୍ ଡ୍ରିଗିସ୍ କ୍ୟାନନ୍ଙ୍କୁ ତୃତୀୟ ବିବାହ କରି ୨୦୧୨ରେ ଛାଡ଼ପତ୍ର ଦେଇଥିଲେ।

Related Posts

Seo wordpress plugin by www.seowizard.org.