Odisha News

୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୧/୧୨ : ମଙ୍ଗଳବାର ରାଜ୍ୟ ସରକାର ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି । ଆଇପିଏସ୍ ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତ ଏଡିଜି (ADG) ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି ।
ଆଇପିଏସ ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି. ଗଙ୍ଗାଧରଙ୍କୁ DIG ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି ।
ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ ଆଇଜି( IG) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର ।
୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।
ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରତୀକ ମହାନ୍ତଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏବେ ସେ ସିଆଇଏସ୍‌ଏଫ୍ (ମୁଖ୍ୟାଳୟ)ରେ ଆଇଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି ।
ସେହିପରି ୨୦୧୧ ବ୍ୟାଚ୍‌ର ଆଇପିଏସ୍ ଅଫିସର ପିନାକ ମିଶ୍ରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି।
ସେ ବର୍ତ୍ତମାନ ଭୁବନେଶ୍ୱର ଡିସିପି ଅଛନ୍ତି । ପିନାକ ମିଶ୍ରଙ୍କ ସହିତ ୨୦୧୧ ବ୍ୟାଚ୍‌ର ଆଉ ଦୁଇ ଆଇପିଏସ୍ ଅଫିସର ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧରଙ୍କ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧର ଏବେ କଟକ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।
ଅବିନାଶ କୁମାର ଏବେ ସ୍ପେଶାଲ ଆର୍ମଡ ପୁଲିସର ଡିଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ସାର୍ଥକ ଷଡ଼ଙ୍ଗୀ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ବ୍ରହ୍ମପୁରରେ ଓ ନୀତି ଶେଖର ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ କୋରାପୁଟରେ ଦାୟିତ୍ୱ ତୁଲାଉଛନ୍ତି ।

Related Posts

Seo wordpress plugin by www.seowizard.org.