Odisha News

୭ ଦିନ ହେଲା ଘର ଭିତରେ ବନ୍ଦୀ ମା ଓ ପୁଅ

ଭୁବନେଶ୍ୱର : ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି ମା, ପୁଅ। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି।

୭୪ ବର୍ଷୀୟ ମହିଳା ଅନୁସୟା ମହାନ୍ତି ଏବଂ ତାଙ୍କ ୪୪ ବର୍ଷୀୟ ସାନ ପୁଅ ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ ଦୀର୍ଘ ୪-୫ ଦିନ ସେମାନଙ୍କୁ ବନ୍ଦୀ କରି ରଖାଯାଇଛି।  କୋର୍ଟରୁ ଅଡର ଆଣି ତାଙ୍କ ପାଖରେ ରହୁଥିବା ଜଣେ ବ୍ୟକ୍ତି ତାଲା ପକାଇବା ଫଳରେ ଘରେ ବନ୍ଦୀ ଭଳି ରହିଥିବା ମା, ପୁଅ ହଇରାଣ ହରକତ ହେଉଛନ୍ତି।

ପୋଲିସକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଏହି ଘରକୁ ନେଇ ଦୀର୍ଘ ୯ ବର୍ଷ ହେଲା ବିବାଦ ଲାଗି ରହିଛି।

Related Posts

Seo wordpress plugin by www.seowizard.org.