Odisha News

୭୯ ବର୍ଷ ବୟସରେ ପାଦ ଥାପିଲା ଭୁବନେଶ୍ୱର, ସମୟ ସହ ବଦଳିଛି ପରିବେଶ, ତଥାପି ମନେରଖିଛି ଇତିହାସ

ଭୁବନେଶ୍ୱର,୧୩/୪: ଆଜି ଅର୍ଥାତ୍ ସୋମବାର ୭୯ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ଆଜି ରାଜଧାନୀ ୭୮ ତମ ପ୍ରତିଷ୍ଠା ଦିବସ ପାଳି ୭୯ ବର୍ଷକୁ ଅଗ୍ରସର ହୋଇଛି। ଏଥିପାଇଁ ଖୁବ୍ ସଜେଇ ହୋଇଛି ରାଜଧାନୀ। ସରକାରୀ କୋଠାଗୁଡ଼ିକ ଆଲୋକମାଳାରେ ବେଶ୍ ସଜେଇ ହୋଇଛି। ଏହି ଅବସରରେ ୧୩ ଏବଂ ୧୪ରେ ରଙ୍ଗାରଙ୍ଗ ପରେଡ୍ ଓ ସାଧାରଣ ସଭା ଅନୁଷ୍ଠିତ ହେବ। ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ, ଲୋକ ଭବନ ପର୍ଯ୍ୟନ୍ତ ଝଲସି ଉଠୁଛି।
୧୯୪୮ ମସିହା ଏପ୍ରିଲ ୧୩ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କଟକକୁ ବଦଳାଇ ରାଜଧାନୀ ଭୁବନେଶ୍ୱରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ସହରକୁ ଜର୍ମାନ ଆର୍କିଟେକ୍ ଓଟୋ କୋନିଗସବର୍ଗରଙ୍କ ଦ୍ୱାରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଆଧୁନିକ ସହର ଯୋଜନାକୁ ମିଶ୍ରଣ କରିବାର ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଥିଲା। ୨୦୦୦ ବର୍ଷରୁ ଅଧିକ ପୁରୁଣା ଐତିହାସିକ ସ୍ଥାନ ଭୁବନେଶ୍ୱର।
ଏହାକୁ ମନ୍ଦିରମାଳିନୀ ନଗର କୁହାଯାଏ। ଏହା ସହିତ ବହୁ ପରିମାଣର ଆମ୍ର (ଆମ୍ବ) ବୃକ୍ଷ ରହିଥିବାରୁ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ନାମରେ ମଧ୍ୟ ଜଣାଶୁଣା। ୧୯୯୦ ମସିହା ପରେ ରାଜଧାନୀ ଭାବେ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହୋଇଥିଲା ଭୁବନେଶ୍ୱର। ଏବେ ସହରରେ ରୂପରେଖ ବଦଳି ଯାଇଛି। ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱର ସହର ସଡ଼କ, ରେଳ, ଆକାଶ ପଥ ସହ ଯୋଡ଼ିହୋଇଛି। ୨୦୧୪ରେ ଭୁବନେଶ୍ୱର ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା ।

Related Posts