Odisha News

୬ ଦିନରେ ବାୟୁସେନା ପାଖକୁ ଆସିଛି ୨ ଲକ୍ଷ ଅଗ୍ନିବୀରଙ୍କ ଆବେଦନ

ନୂଆଦିଲ୍ଲୀ,୨୯/୬: ଭାରତୀୟ ବାୟୁସେନା ପକ୍ଷରୁ ଗତ ୨୪ ତାରିଖରୁ ଏହି ସ୍କିମ୍ ଅଧିନରେ ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଥିବାବେଳେ ବୁଧବାର (ଜୁନ ୨୯) ସୁଦ୍ଧା ୨ ଲକ୍ଷ ଆବେଦନ ଆସିଛି ।
ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଏ. ଭାରତ ଭୂଷଣ ବାବୁ କହିଛନ୍ତି ଯେ ଅଗ୍ନିବୀର ବାୟୁ ପାଇଁ ୨ ଲକ୍ଷ ୧ ହଜାର ଜଣ ପଂଜୀକରଣ କରିଛନ୍ତି । ଏହି ସ୍କିମରେ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୫ ରହିଛି ।
ଜୁଲାଇ ୫ ଅପରାହ୍ଣ ୫ଟା ସୁଦ୍ଧା ପ୍ରାର୍ଥୀମାନେ ଆବେଦନ କରିପାରିବେ । ଜୁଲାଇ ମାସରେ ହିଁ ଅଗ୍ନିବୀର ଚୟନ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ସଂପର୍କରେ ସୂଚନା ଦିଆଯିବ ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ଜୁନ ୧୪ ତାରିଖ ଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ । ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ ।

Related Posts

Seo wordpress plugin by www.seowizard.org.