Odisha News

୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦ କୋଭିଡ୍ ପଜିଟିଭ୍, ୪୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ

ଭୁବନେଶ୍ବର,୭/୮: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି। ଗତକାଲି ୮୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏମାନଙ୍କ ମଧ୍ୟରୁ ୪୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୩୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
ରବିବାର ରାଜ୍ୟର ୨୮ଟି ଜିଲ୍ଲାରୁ ୭୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୫୭ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ବର ଜିଲ୍ଲାରୁ ୮ ଜଣ, ବରଗଡ଼ରୁ ୩୭, ଭଦ୍ରକରୁ ୩ ଜଣ, ବଲାଙ୍ଗୀରରୁ ୧୭ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୧୮ ଜଣ, ଦେବଗଡ଼ରୁ ୬ ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୯, ଜଗତସିଂହପୁରରୁ ୪ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୪ ଜଣ, କନ୍ଧମାଳରୁ ୧୬ ଜଣ ଓ , କେନ୍ଦ୍ରାପଡ଼ାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି ।
ସେହିପରି କେଉଁଝରରୁ ୮, ଖୋର୍ଦ୍ଧା ଜିଲ୍ଲାରୁ ୯୬, କୋରାପୁଟ ଜିଲ୍ଲାରୁ ୯ ଜଣ, ମୟୂରଭଞ୍ଜରୁ ୫୯ ଜଣ, ନବରଙ୍ଗପୁରରୁ ୨୫ ଜଣ, ନୟାଗଡ଼ ଜିଲ୍ଲାରୁ ୧୩ ଜଣ, ନୂଆପଡ଼ାରୁ ୧୫ ଜଣ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୨୮ ଜଣ, ସମ୍ବଲପୁରରୁ ୮୮ଜଣ, ସୋନପୁରରୁ ୧୨ ଜଣ, ସୁନ୍ଦରଗଡ଼ରୁ ୧୫୭ ଜଣ ଓ ଷ୍ଟେଟପୁଲରୁ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୧୮, ୮୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୦୩, ୮୨୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୮୫୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Related Posts

Seo wordpress plugin by www.seowizard.org.