Odisha News

୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ସେମିଫାଇନାଲ

ଭୁବନେଶ୍ୱର, ୪/୧: ଚଳିତ ବର୍ଷ ଦେଶର ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ପୁର୍ବ-ଉତ୍ତର ରାଜ୍ୟ ଗୁଡିକ ବ୍ୟତିତ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ ।
ସର୍ବ ପ୍ରଥମେ ପୁର୍ବତର ରାଜ୍ୟ ନାଗାଲାଣ୍ଡ,ତ୍ରିପୁରା, ମେଘାଲୟ ଓ ମିଜୋରାମ ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେବ । ଏହି ରାଜ୍ୟଗୁଡିକରେ ଫ୍ର୍ରେବୃଆରୀ ରୁ ମାର୍ଚ୍ଚ ଭିତରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ତ୍ରିପୁରାରେ ବିଜେପିର ସରକାର ରହିଛି ଏବଂ ନାଗାଲାଣ୍ଡରେ ନେସନାଲ୍ ଡେମୋକ୍ରାଟିକ୍ ପାର୍ଟି ସରକାରରେ ରହିଛି ।
୯ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମୋଟ ୧୧୬ଟି ଆସନ ପାଇଁ ନିର୍ବାଚନ ହେବ ।
ଏହି ୯ଟି ରାଜ୍ୟ ବ୍ୟତି ଚଳିତ ବର୍ଷ କେନ୍ଦ୍ରଶାସିତ ରାଜ୍ୟ ଜାମ୍ମୁ ଓ କାଶ୍ମୀରରେ ବି ବିଧାସଭା ନିର୍ବାଚନ ହେବାର ସମ୍ମାବନା ରହିଛି । ଏଠାରେ ଗତ ବର୍ଷ ନଭେମ୍ବର ୨୫ତାରିଖରେ ନିର୍ବାଚନସୂଚି ପ୍ରକାଶ ପାଇ ସାରିଛି । କିନ୍ତୁ ସେଠାରେ ଅତ୍ୟାଧିକ ଥଣ୍ଡା ପଡୁଥିବାରୁ ନିର୍ବାଚନି ଘୁଂଚାଇ ଦିଆ ଯାଇଛି । ଥଣ୍ଡା କମ ହେବା ପରେ ନିର୍ବାଚନ ହେବା ନେଇ ଆଶାକରା ଯାଉଛି ।

Related Posts

Seo wordpress plugin by www.seowizard.org.