Odisha News

୧୨ ତାରିଖ ପରେ ରାଜ୍ୟରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର,୯/୧୧: ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ତେବେ ୧୨ ତାରିଖ ପରଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ, ୧୨ ତାରିଖ ପରେ ପାରଦ ଖସିବ। ରାଜ୍ୟରେ ଶୀତର ପ୍ରକୋପ ବଢିବ। ହେଲେ ଆଗାମୀ ୩ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି।
ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ହେଲେ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ କୁହୁଡ଼ି ପଡୁଥିବା ଦେଖିବାକୁ ମିଳିଛି। ଗତକାଲି ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିଲା।
ଗତକାଲି ରାତିରେ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଜି. ଉଦୟଗିରିରେ ୧୩.୪ ଡିଗ୍ରୀ ବୌଦ୍ଧରେ ୧୪ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Related Posts

Seo wordpress plugin by www.seowizard.org.