Odisha News

୧୦୦ ଥର ଉଠ ବସ କଲେ ଶିକ୍ଷକ, ବେହୋସ ହୋଇଗଲେ ୭ଛାତ୍ରୀ

ପାଟଣାଗଡ଼ ୧୧/୪: ପାଟଣାଗଡ଼ ବ୍ଲକ ଶୁନାମୁଦି ଗାଁରେ ଥିବା ବାପୁଜି ହାଇସ୍କୁଲରେ ଅଘଟଣ । ପ୍ରାର୍ଥନା ବିଳମ୍ବ ହେବାରୁ ଭୂଗୋଳ ଶିକ୍ଷକ ଛାତ୍ରୀମାନଙ୍କୁ ୫୦ଥର କାନ ଧରି ଉଠ ବସ କଲେ । ଫଳରେ ୭ ଜଣ ଛାତ୍ରୀ ବେହୋସ ହୋଇ ପଡିଯାଇଥିଲେ ।
ସଂଗେ ସଂଗେ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସିତ କରାଯାଇଛି ।
ସେପଟେ ଘଟଣା ପରେ ସବୁଠି ଆଲୋଚନାର ବିଷୟ ପାଲଟିଛି । ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Related Posts

Seo wordpress plugin by www.seowizard.org.