Odisha News

ହୁ ହୁ ହୋଇ ମାଡିଲାଣି ଓମିକ୍ରନ୍: ଓଡିଶାରେ ଆଉ ୨୪ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୬୧କୁ ବୃଦ୍ଧି

ଭୁବନେଶ୍ବର ୫/୧: ରାଜ୍ୟରେ ଆଉ ୨୪ କୋଭିଡ୍ ଆକ୍ରାନ୍ତଙ୍କଠାରେ ଚିହ୍ନଟ ହେଲା ଓମିକ୍ରନ୍ ଭାରିଆଣ୍ଟ । ୨୧୮ ସାମ୍ପୁଲକୁ ଜେନମ୍ ସିକ୍ବେନ୍ସିଂ ପରେ ୨୪ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ୧୯ଜଣ ସ୍ଥାନୀୟ ସଂକ୍ରମିତ ।
ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଲା । ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କଲା ଆଇଏଲଏସ ।
ଦେଶରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବା ପାଇଁ କୁହାଯାଉଛି ।
ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଓଡିଶାରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁଣି ୨୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି ।

Related Posts

Seo wordpress plugin by www.seowizard.org.