Odisha News

ହିମାଚଳ ପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦ୍ରର ସିଂ ସୁଖୁ, ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ

ଶିମଲା,୧୦/୧୧: ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦ୍ରର ସିଂ ସୁଖୁ । ମୁକେଶ ଅଗ୍ନୀହୋତ୍ରୀ ହେବେ ଉପମୁଖ୍ୟମନ୍ତ୍ରୀ । ଏନେଇ ହାଇକମାଣ୍ଡ ନିଷ୍ପତି ନେଇଥିବା ସୂଚନା ମିଳିଛି । ସେ ହିମାଚଳ କଂଗ୍ରେସର କ୍ୟାଂପେନିଂ କମିଟି ଚେୟାରମ୍ୟାନ ଅଛନ୍ତି। ତାଙ୍କ ସପକ୍ଷରେ ଅଧିକ କଂଗ୍ରେସ ବିଧାୟକଙ୍କ ସମର୍ଥନ ଥିବା ଜଣାପଡ଼ିଛି। ରିବିବାର ଦିନ ସକାଳ ୧୧ଟାରେ ସୁଖବିନ୍ଦ୍ରର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ମୁକେଶ ଅଗ୍ନିହୋତ୍ରୀ ସପଥ ଗ୍ରହଣ କରିବେ ।
୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭା ଆସନରୁ କଂଗ୍ରେସ ୪୦ଟି ଜିତି ସଂଖ୍ୟାଗରିଷ୍ଠ ହାସଲ କରିଛି। ସୁଖବିନ୍ଦର ସିଂହ ହିମାଚଳ କଂଗ୍ରେସର ଜଣେ ଟାଣୁଆ ନେତା । ଦଳ ପ୍ରତି ରହିଛି ନିଷ୍ଠା ଓ ରାଜନୀତିରେ ବିଚକ୍ଷଣ । ସମାଜସେବାରେ ରହିଛି ଆଗ୍ରହ । ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ସୁଖବିନ୍ଦର ସିଂ ସୁଖୁ । ରାଜ୍ୟବାସୀଙ୍କ ଆଗରେ ତାଙ୍କର ସ୍ବତନ୍ତ୍ର ଇମେଜ ରହିଛି । ଖାସ ଏଇଥିପାଇଁ ଲଗାତାର ତୃତୀୟ ଥର ପାଇଁ ବିଧାୟକ ହୋଇଥିବା ସୁଖବିନ୍ଦର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

Related Posts

Seo wordpress plugin by www.seowizard.org.