Odisha News

ହାତୀ ମୃତ୍ୟୁ ଘଟଣା:୩ କ୍ଷେତ୍ର ବନ କର୍ମଚାରୀ ସସ୍‌ପେଣ୍ଡ

ସମ୍ବଲପୁର, ୧୯/୧୧ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରିଛି।
ଅନ୍ୟପକ୍ଷରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ଅଭିଯୋଗରେ ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି। ସଂପୃକ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ସହାୟତାରେ ଖୋଜୁଛି ବନ ବିଭାଗ।
ଗତକାଲି ସମ୍ବଲପୁର ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ୩ ହାତୀଙ୍କ ଜୀବନ ଯାଇଥିବାପିସିସିଏଫ୍ ସୁଶାନ୍ତ ନନ୍ଦ କହିଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।

Related Posts

Seo wordpress plugin by www.seowizard.org.