Odisha News

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ସପ୍ତାହେ କାଲୁଆ କରିବ ଥଣ୍ଡା

ଭୁବନେଶ୍ୱର, ୮/୧୨ : ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ପ୍ରବଳ ଥଣ୍ଡା । ଶୀତରେ ଥରୁଛି ଓଡିଶା ବାସୀ । ଚଳିତଥର ପ୍ରଥମ ଥର ପାଇଁ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ ।
କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପ୍ରଥମ ଥର ପାଇଁ ୪.୪ପ୍ସସେଲସିୟସ ରେକର୍ଡ ହୋଇଛି ସର୍ବନିମ୍ନ ରାତ୍ରି ତାପମାତ୍ରା । ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।
ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୫ରୁ ୬ ଡିଗ୍ରୀ ସେଲସିୟସ କମ ରହିଛି । ଦକ୍ଷିଣ ଉପକୂଳ ଓଡିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ଡିଗ୍ରୀ କମ ରହିଛି ।
ଆଜି ୪ ଜିଲ୍ଲା ଅନୁଗୁଳ, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଜଗତସିଂହପୁରରେ ଶୀତଲହରୀ ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୩ରୁ ୪ଦିନ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ରାଜ୍ୟରେ ପ୍ରବଳ ଥଣ୍ଡା ସମେତ କେତେକ ସ୍ଥାନରେ ଶୀତଲହରୀ ଜାରି ରହିବ ।

Related Posts