Odisha News

ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି; ଦୁର୍ବୃତ୍ତ ଲୁଟିନେଲେ ଆସବାବପତ୍ର, ନ୍ୟାସନାଲ ମେଡାଲ୍ ଓ ପୁରସ୍କାର

ଭୁବନେଶ୍ବର,୨୨/୧:: ହକି ତାରକା ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରେ ଚୋରମାନେ କଳାକନା ବୁଲାଇ ଦେଇଥିବାର ଖବର ମିଳିଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି।
ଏବେ ବିଶ୍ୱ କପ୍ ହକି ଚାଲିଥିବାରୁ ପ୍ରବୋଧ ରାଉରକେଲାରେ ଅଛନ୍ତି। ତାଙ୍କ ପରିବାର ଲୋକେ ଗାଁକୁ ଯାଇଥିବାର ସୁଯୋଗ ନେଇ ଯାଇଛନ୍ତି। କ୍ୱାର୍ଟରରେ କେହି ରହୁନଥିଲେ। ଏହାର ସୁଯୋଗ ନେଇ ଲୁଟେରା ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।
ସୂଚନା ଅନୁଯାୟୀ, ଚୋରମାନେ ସରକାରୀ ବାସଭବନରେ ଥିବା ପ୍ରବୋଧଙ୍କ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ଲୁଟି ନେଇଛନ୍ତି। ଏପରିକି ତାଙ୍କର ସ୍ୱର୍ଣ୍ଣପଦକକୁ ବି ଲୁଟିନେଇଛନ୍ତି ଚୋର। ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କମିସନରେଟ୍ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଥିବା ବେଳେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏହି ମାମଲାରେ ଚୋରଙ୍କୁ ଧରିବାରେ ପୁଲିସ ସଫଳ ହୋଇନାହିଁ।

Related Posts

Seo wordpress plugin by www.seowizard.org.