Odisha News

ସ୍ୱୟଂସେବକ ସଂଘ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୪ : ଭାରତ ସମ୍ବିଧାନ ରଚୟିତା ଡ. ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତି ଆଜି ସହରର ବାପୁଜୀ ନଗର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ନବୀନ ବାବା ଓ ସମ୍ମାନିୟ ବକ୍ତାଭାବେ ସ୍ଥାନିୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡା ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ସଂପର୍କରେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡଙ୍ଗୀ ସାମୁହିକ ସଂଗୀତ ଗାନ କରିଥିଲେ ଓ ମଂଚ ପରିଚାଳନା କରିଥିଲେ । ଶେଷରେ ଶାନ୍ତିପାଠ କରାଯାଇ କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା ।
ଏହି ଅବସରରେ ସକାଳେ ସଂଘର ସମସ୍ତ କର୍ମକର୍ତ୍ତା କଚେରୀଛକ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ପଣା ପାନକରିଥିଲେ ।
ବୌଦ୍ଧ : ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ପାଳିତ, ମଟର ସାଇକେଲ ଶୋଭଯାତ୍ରା ସହ ଜୟ ଶ୍ରୀରାମ ନାରାରେ କମ୍ପିଲା ବୌଦ୍ଧ ସହର
ବୌଦ୍ଧ,୧୭/୪ : ବୌଦ୍ଧଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ରବିବାର ଦିନ ହନୁମାନ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସକାଳେ ସହରର ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନ ମନ୍ଦିର ଚୁଡାରେ ଧ୍ୱଜା ବନ୍ଧନ କରାଯାଇଥିଲା । ସେଠାରେ ପୁଜାର୍ଚ୍ଚନା ପରେ ଶତାଧିକ ଯୁବକ ଏକ ବିଶାଳ ବାଇକ ର‌୍ୟାଲି ବାହାରି ୱାରଲେସ ଛକ, କଚେରୀ ଛକ,ହାତୀଶାଳ ଛକ , ବୁଟୁପାଲି ଛକ, ପଲାସ ଛକ, ରାଜନପାଲି ଛକ , ବାଘଗୁଡା ଛକ, ମେଡିକାଲ ଛକ ଦେଇ ମହାନଦୀ ବ୍ରିଜ ଛକ ଠାରେ ପହଞ୍ôଚଥିଲା ।
ପୁନଶ୍ଚ ମହାନଦୀ ବ୍ରିଜ ଛକ ଠାରୁ ଶୋଭାଯାତ୍ରା ବାହାରି ପୁରୁଣା ଦୈନିକ ବଜାର , ଭୈରବୀ ଛକ, ଗାନ୍ଧିଛକ, ପୋଡାପୋଡା ଛକ ଦେଇ ଶେଷରେ ଶୋଭାଯାତ୍ରା ମାତଙ୍ଗେଶ୍ୱର ମନ୍ଦିରରେ ପହଞ୍ôଚ ଥିଲା ।
ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ସଂପାଦକ ପ୍ରେମାନନ୍ଦ ମିଶ୍ର ଓ ବଜରଙ୍ଗ ଦଳର ସଭାପତି ସଂଜିବ କୁମାର ସାହୁ, ସଂପାଦକ ଚକିତ ଭଞ୍ଜଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ ।
ସହର ସାରା ଗୌରିଆ ପତକାରେ ଛାଉଣୀ ହୋଇଥିବା ରାଲିରେ ହନୁମାନଙ୍କ ଗୌରିକ ବାନା ପ୍ରଦର୍ଶନ କରାଯାଇ ସହର ପରିକ୍ରମା କରାଯାଇଥିଲା । ସହର ପରିକ୍ରମା ସମୟରେ ବଜରଙ୍ଗ ଦଳର ସଦସ୍ୟଙ୍କ ଜୟ ଶ୍ରୀରାମ ନାରାରେ ପୁରା ବୌଦ୍ଧ ସହର କମ୍ପି ଉଠିଥିଲା ।
ସଂଧ୍ୟାରେ ମାତଙ୍ଗେ ଶ୍ୱର ମନ୍ଦିର ପରିସରରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞରେ କର୍ତ୍ତାଭାବେ ଜିଲ୍ଲା ବ୍ରାହ୍ମଣ ସଂଘର ସଭାପତି ରାଜେନ୍ଦ୍ର କୁମାର ମିଶ୍ର ସପତ୍ନୀକ କାର୍ଯ୍ୟ ତୁଲାଇଥିଲେ । ଶେଷରେ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା ।

Related Posts

Seo wordpress plugin by www.seowizard.org.