Odisha News

ସ୍ୱଚ୍ଛ ପୌର ପରିଷଦ ର ଅସ୍ଵଚ୍ଛ ନମୁନା

By Mahendra Darje

ବଲାଙ୍ଗୀର, ୧୫/୧୧: ବଲାଙ୍ଗୀର ପୌର ପରିଷଦ ନୂତନ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲାପରେ ବଲାଙ୍ଗୀର ବାସୀ ଆଶା କରୁଥିଲେ ବଲାଙ୍ଗୀର ପରିସ୍ଥିତି ରେ କିଛିଟା ସୁଧାର ଆସିବ । କିନ୍ତୁ ଆଶା ଆଶା ରେ ହିଁ ରହିଗଲା । ପ୍ରତିଶୃତି ର ପାହାଡ ଦେଖାଇ ଦେଇ ସାଧାରଣ ଜନତା ଙ୍କୁ ଭକୁଆ ବନେଇ ଚାଲିଲେ ସେହି ଗତାନୁ ଗତିକ ଶାସନ ।
ବଲାଙ୍ଗୀର ସହରରେ ଡ୍ରେନେଜ୍ ବ୍ୟବସ୍ଥା ସୁଧୁରିବା ବଦଳରେ ଆହୁରି ଅସଜଡା ହେଲାଣି । ସହରର ମୁଖ୍ୟ ରାସ୍ତା ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟାନ୍ୟ ରାସ୍ତା ଗୁଡ଼ିକ ଯଦିଓ ନିକଟ ଅତୀତରେ ତିଆରି କରାଯାଇଥିଲା ତାହା ଏବେ ଫାଟି ଗଲାଣି । ସହରଟି ଦିନକୁ ଦିନ ଜନାକିର୍ଣ ହେବାକୁ ବସିଥିବା ବେଳେ ରାସ୍ତା ଘାଟରେ ଆଲୋକି କରଣ ଅଭାବ ପରିଲକ୍ଷିତ ହୁଏ।ପୋଖରୀ ଗୁଡ଼ିକର ପୁନଃରୁଦ୍ଧାର କରାଯାଇ ପାରୁନଥିବା ବେଳେ ତାହା ଅନେକ ସ୍ଥାନରେ ପୋତି ହୋଇଗଲାଣି ଏବଂ ଡ୍ରେନ ପାଣି ମିଶି ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ ।
ସଂକୀର୍ଣ୍ଣ ରାସ୍ତା ଘାଟ ସହିତ ସହରରେ ବୁଲା ଗାଈ,ଷଣ୍ଢ ଙ୍କର୍ ଉତ୍ପାତ ମଧ୍ୟ କିଛି କମ ନୁହେଁ ।ଏମାନଙ୍କ ପାଇଁ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଆହତ ହେଉଛନ୍ତି । କାଞ୍ଜିଆ ହୁଦା ପରିକଳ୍ପନା କେବଳ ସ୍ୱପ୍ନରେ ରହିଗଲା । ସହରରେ ବର୍ଷା ଜଳ ସଂରକ୍ଷଣ ପାଇଁ \’ ମୁକ୍ତା \’ ଯୋଜନାରେ ଯେଉଁ ନିମ୍ନମାନର କାମ କରାଯାଇ ଅର୍ଥ ହରିଲୁଟ କରାଗଲା ତାହା ପାଇଁ ଉତ୍ତରଦାୟୀ କିଏ?
ସହରର ବିଭିନ୍ନ ୱାର୍ଡ ମାନଙ୍କରୁ ଅଳିଆ ଉଠାଇବା ପାଇଁ ଯେଉଁ ବ୍ୟାଟେରୀ ଚାଳିତ ଗାଡି କିଣା ଯାଇଥିଲା , ସେଥିରୁ ଅର୍ଦ୍ଧାଧିକ ଗାଡ଼ି ଖରାପ ହୋଇ ପଡ଼ି ରହିଥିବା ବେଳେ ଭଡ଼ାରେ ବାହାରୁ ଗାଡ଼ି ଅଣାଯାଇ କାର‌୍ୟ୍ୟ ତୁଲାଉଛନ୍ତି । ଏଠାରେ ପ୍ରଶ୍ନ ଉଠେ କିଣା ଯାଇଥିବା ଗାଡ଼ିର ମରାମତି କରାନଯିବା ପଛର ରହସ୍ୟ କଣ । ଯେଉଁ ମହିଳା ମାନେ ଏହି ଗାଡ଼ି କୁ ଚଳାଉ ଥିଲେ ସେମାନେ ଏବେ କେଉଁଠି,କେଉଁ କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଚନ୍ଦନ ସିକ୍ୟୁରିଟି କୁ ଏହି ଦାୟିତ୍ଵ ଦିଆଯାଇଛି ଏବଂ ଯେଉଁ ଶ୍ରମିକ ମାନେ ଏଥିପାଇଁ ନିୟୋଜିତ ସେମାନଙ୍କର ଉପସ୍ଥାନ ଏବଂ କାର‌୍ୟ୍ୟ ଅନୁଧ୍ୟାନ କରୁଛି କିଏ ।ସଂପୂର୍ଣ୍ଣ ଦାୟିତ୍ଵ କାହା ଉପରେ ନ୍ୟସ୍ତ କରାଯାଇଛି ।
ଜମି ମାନଙ୍କର କିସମ ପରିବର୍ତ୍ତନ,ଗୃହ ନିର୍ମାଣ ପାଇଁ ଅନୁମୋଦନ ଏବଂ ଜମି କିଣାବିକା ପାଇଁ ପଡ଼ି ରହିଥିବା ପ୍ରାୟ ୨୦୦ ଗୋଟି ଆବେଦନ ଦୀର୍ଘ ଦିନ ରୁ ପଡ଼ି ରହିଥିବା ବେଳେ କାର‌୍ୟ୍ୟ ନିର୍ବାହୀ ଅଧିକାରୀ କି ପଦକ୍ଷେପ ନେଇଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସର୍ବୋପରି କର୍ମଚାରୀ ଙ୍କ ପାଉଣା ବାବଦରେ ଜିଲ୍ଲାପାଳ ପଚିଶ ପ୍ରତିଶତ କାଟି ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ସମସ୍ତ କର୍ମଚାରୀ ମାନେ ନିୟମିତ ଭାବରେ କାମକୁ ଆସୁନଥିଲେ ।ସମ୍ଭବତଃ ଜିଲ୍ଲାପାଳ ଙ୍କ ଅଗୋଚରରେ ଏହି ସମସ୍ତ କାର‌୍ୟ୍ୟ କରାଯାଉଛି ବୋଲି ଚର୍ଚ୍ଚା ହେଉଛି।
କେବଳ ସେତିକି ନୁହେଁ,ଜିଲ୍ଲାପାଳ ଙ୍କ ଆଦେଶ ଅନୁଯାୟୀ ଅମିନ ତପି ସୁନା ଙ୍କୁ ପାଟଣାଗଡ଼ ଏନ୍ ଏ ସି କୁ ଡେପୁଟେଶନ ରେ ବଦଳି କରାଯାଇଥିବା ବେଳେ, କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଏବଂ ପୌରଧ୍ୟକ୍ଷା ଆଜକୁ ମାସାଧିକ କାଳ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ରିଲିଭ୍ ନ କରି ରଖିଛନ୍ତି । ତପି ସୁନା ଙ୍କୁ ଏଠାରୁ ରିଲିଭ୍ ନ କରି ଏଠି ରଖିବା ପଛରେ କି ସ୍ବାର୍ଥ ଅଛି ।ସଂପୃକ୍ତ ଅମିନ କୁ ଅମିନ କାମ ବଦଳରେ ଅନ୍ୟ ଦୁଇଗୋଟି କାମର ଦାୟିତ୍ଵ ଦେଇ ଅଧିକାରୀ ଗଣ କେଉଁ ସ୍ବାର୍ଥ ହାସଲ କରୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହୁଏ ।

Related Posts

Seo wordpress plugin by www.seowizard.org.