Odisha News

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ,୪୬ ୟୁନିଟ୍ ରକ୍ତ ସଂଗ୍ରହ

ପ୍ରଦିପ୍ତ କୁମାର ସାହୁ

ନୂଆଗାଁ,୨୯/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବାହାଡ଼ଝୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବାହାଡ଼ ଝୋଲା,ହରିପୁର, ସୀଙ୍ଗାର ପଲ୍ଲୀ,ବେରୁଂହା ବାରୀ ଗ୍ରାମପଞ୍ଚାୟତର ବିଜୁ ଜନତା ଦଳ ତରଫରୁ ଆୟୋଜିତ ହୋଇଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ୪୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିବା ସହ ଏଭଳି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଦ୍ଵାରା ଆଗାମୀ ଦିନରେ କରୋ ନା ମହାମାରୀ ପାଇଁ ରକ୍ତର ସମସ୍ୟା ଦୂରୀକରଣ ନିଶ୍ଚିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ନୂଆଗାଁ ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ପୂର୍ବତନ ସମିତି ସଭ୍ୟ କୋରଡ଼ା ସୁବ୍ରତ ମିଶ୍ର ,ଯୁବ ସଂଗଠକ ସଞ୍ଜୀବ ସାହୁ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ପ୍ରମୁଖ ଯୋଗଦେଇଥିଲେ। ମହିପୁର ସି ଏଚ୍ ସି ଇନ୍ ଚାର୍ଜ ଡାକ୍ତର ମନୋଜ କୁମାର ସାହୁ,ଏବଂ ବାହାଡ ଝୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ରିତେଶ ବଳିୟାର ସିଂ ଙ୍କ ଦ୍ଵାରା ୪୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ପୂର୍ବତନ ସରପଂଚ ମୁରଲୀ ଜେନା,ଏବଂ ବିଜୁ ଜନତା ଦଳ ର ବରିଷ୍ଠ କର୍ମୀ ବିମଳ ପଟ୍ଟନାୟକ ଙ୍କ ପ୍ରଚେଷ୍ଟା ଦ୍ଵାରା ସଫଳତାର ସହ ରକ୍ତଦାନ ଶିବିର ସମାପନ ହୋଇଥିଲା।

Related Posts

Seo wordpress plugin by www.seowizard.org.