ସୁସ୍ଥ ଗଣତନ୍ତ୍ର ଏବଂ ସଶକ୍ତ ସଙ୍ଘୀୟ ବ୍ୟବସ୍ଥା ପାଇଁ ସମ୍ବିଧ।ନ ସଂଶୋଧନ ଏକାନ୍ତ ଜରୁରୀ
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ/ଓଡ଼଼ିଶା,୧୧/୧ : କେନ୍ଦ୍ର ରାଜ୍ୟ ସୁସମ୍ପର୍କ ତଥା ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ବିଧାନ ସଂଶୋଧନ ଏକାନ୍ତ ଜରୁରୀ ।ଏଥି ସହ କ୍ଷମତା ବିକେନ୍ଦ୍ରୀକରଣ ହେବା ଉଚିତ୍ ବୋଲି ଥିଙ୍କର୍ସ କ୍ଲବ ର ୧୪୪ ତମ ଆଭ।ସି ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି । ପୂର୍ବତନ ଓପିଏସସି ଅଧ୍ୟକ୍ଷ ପ୍ରଶାସକ ବିବେକ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କେନ୍ଦ୍ର ସସକ୍ତ ସଙ୍ଘୀୟ ବ୍ୟବସ୍ଥା ବା ରାଜ୍ୟ ଆଚରଣ ବିଧି ସୂ ନିର୍ଧାରଣ ଓ ସୁସ୍ଥ ଗଣତନ୍ତ୍ର ପାଇଁ recasting of 7 scheduled of ସମ୍ବିଧ।ନ ସଂଶୋଧନ ଜରୁରୀ ବୋଲି କହିଥିଲେ ।
ସରକ।ରିଆ, ଭେଙ୍କଟଚ।ଲି ଆ ଓ ପୁଂଚି କମିଶନ ଦେଇଥିବା ରିପୋର୍ଟ କୁ ଅଗ୍ରାଧିକାର ଦେଇ କେନ୍ଦ୍ର ସରକାରଙ୍କ ଦ୍ଵାରା ସମ୍ବିଧାନ ସଂଶୋଧନ ଉପରେ ଗୁରୁତ୍ବ ଦେଇଥିଲେ ।
ସଂପ୍ରତି ତାମିଲନାଡୁ,କେରଳ,ପଶ୍ଚିମବଙ୍ଗ କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛନ୍ତି ।
ଥିଙ୍କର୍ସ କ୍ଲବ ର ସଭାପତି ବରଦା ଦାସ ସଭା ସଂଯୋଜନା କରି ଏସ ଆଇ ଆର ସଂପର୍କରେ ପ୍ରଶ୍ନ ପଚାରିଥିଲେ ।
ଉମାଶଙ୍କର ମିଶ୍ର, ଡ ନନ୍ଦ ନନ୍ଦନ ଦାସ ପ୍ରଶ୍ନ ପଚାରି ଉତ୍ତର ପାଇବାପରେ ଧନ୍ୟବାଦ୍ ଅର୍ପଣ କରାଯ।ଇ ସଭା ସାଙ୍ଗ କରାଯାଇଥିଲା ।
ପରବର୍ତ୍ତୀ ରବିବାର ୧୮ ତାରିଖ ରେ ଭାରତ ବର୍ଷ ର ସମ୍ବିଧାନ ପ୍ରସ୍ତୁତି ଓ ଜାତୀୟ କଂଗ୍ରେସ ବିଷୟରେ ଆଲୋଚନା ହେବ ।ରାଜ୍ୟ ଆଗ୍ରହୀ ଜନ ସାଧାରଣ ଯୋଗ ଦେଇ ପାରିବେ ।




