Odisha News

ସୁରମା ପାଢୀ ହେଲେ ସପ୍ତଦଶ ବିଧାନସଭାର ବାଚସ୍ପତି, ସର୍ବସମ୍ମତିକ୍ରମେ ନିର୍ବାଚିତ

ଭୁବନେଶ୍ୱର,୨୦/୬: ରଣପୁର ବିଧାୟିକା ସୁରମା ପାଢ଼ୀ ଗୁରୁବାର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ସୁରମା ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି।
କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି।
ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ଥିଲେ।
ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରି ଏହି ପଦବୀରେ ଅଧିଷ୍ଠିତ କରିଛି।

Related Posts

Seo wordpress plugin by www.seowizard.org.