Odisha News

ସୁଭଦ୍ରା ଯୋଜନାର ସଫଳତା ପାଳନ ପାଇଁ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଦୀପ ଜାଳନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର,୬/୩: ’ସୁଭଦ୍ରା’ ପାଇଁ ଦୀପ ଜାଳନ୍ତୁ । ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯାହା ଘରେ ଯେତେଜଣ ସୁଭଦ୍ରା ତାଙ୍କ ଘରେ ସେତେଟା ଦୀପ ଜାଳନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ସମ୍ମାନ ହେବ ବୋଲି ସେ କହିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସୁଭଦ୍ରା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି ।
ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ସେମାନଙ୍କୁ ପ୍ରୋତ୍ସାହନ ମିଳିବ । ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ ଶହ ଓ ସହାୟକଙ୍କୁ ୫ ଶହ ଟଙ୍କା ମିଳିବ ।
ଆଉ ଦିନକ ପରେ ପୁଣି, ମାର୍ଚ୍ଚ ୮ ତାରିଖରେ ମହିଳା ଦିବସରେ, ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର । ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ସୁଭଦ୍ରା ଆବେଦନ ପାଇଁ ଶେଷ ତାରିଖ ୩୧ ମାର୍ଚ୍ଚକୁ ଧାର୍ଯ୍ୟ କରିଛନ୍ତି ସରକାର । ତେଣୁ ଏହା ଭିତରେ ଆବେଦନ କରିବା ପାଇଁ କହିଛନ୍ତି ସରକାର । ଯୋଗ୍ୟ ହିତାଧିକାରୀ ଯେପରି ସୁଭଦ୍ରା ଯୋଜନରୁ ବଞ୍ଚିତ ନହେବେ ସେନେଇ ହିତାଧିକାରୀଙ୍କୁ ଖୋଜିବାକୁ ଡୋର ଟୁ ଡୋର ସର୍ଭେ କରାଯିବ ।
ମାର୍ଚ୍ଚ ୩୧ ପରେ ସର୍ଭେ ହେବ, ସର୍ଭେ ସରିବା ପରେ ଯେଉଁମାନେ ଯୋଗ୍ୟ ହୋଇଥିବେ ସେମାନେ ରକ୍ଷା ବନ୍ଧନରେ, ଏକାସାଙ୍ଗରେ ୩ଟି କିସ୍ତିର ଟଙ୍କା ପାଇବେ ।

Related Posts