Odisha News

ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ

ଭୁବନେଶ୍ୱର,୪/୯ : ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ।
ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ ବୋଲି ଶ୍ରୀମତି ପରିଡ଼ା ଘୋଷଣା କରିଛନ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ କରାଯିବ ।
ଏହା ସହିତ ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ବଣ୍ଟନ କରାଯିବ । ଏହା ପରେ ମଧ୍ୟ ଯିଏ ଆବେଦନ କରିବ ସିଏ ମଧ୍ୟ ପ୍ରଥମ କିସ୍ତି ଟଙ୍କା ପାଇ ପାରିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ଆଜିଠାରୁ ସୁଭଦ୍ରା ଯୋଜନାରେ ଫର୍ମ ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟସ୍ଥ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଫର୍ମ ଦାଖଲ କରାଯାଉଛି ।
ଆସନ୍ତା ସେପ୍ଟେମ୍ୱର୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ବଣ୍ଟନ କରିବେ । ରାଜ୍ୟସ୍ତରୀୟ ସମାରୋହ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଛି ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଆଜିଠୁ ଆବେଦନକାରୀଙ୍କ ଠାରୁ ଫର୍ମ ସଂଗ୍ରହ କାର୍ଯ୍ୟା ଆରମ୍ଭ ହେଉଥିବାରୁ ଆବେଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଭାବେ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ସଂଗ୍ରହ କରାଯିବ ।

Related Posts

Seo wordpress plugin by www.seowizard.org.