Odisha News

ସୀମାନ୍ତରେ ବାଘ ଆତଙ୍କ; ବଳଦ କୁ ମାରି ଖାଇଲା ବାଘ, ଅଂଚଳରେ ଭୟର ବାତାବରଣ

 By Mahendra Darjee

କୋରାପୁଟ,28/11: ଓଡିଶା ଆନ୍ଧ୍ର ସୀମାନ୍ତରେ ବାଘ  ଆତଙ୍କ ଦେଖାଦେଇଛି ।ଏହାକୁ ନେଇ ସୀମାନ୍ତରେ ଭୟ ସୃଷ୍ଟି ହୋଇଛି। ଉଭୟ ଓଡିଶା ଆନ୍ଦ୍ର ବନବିଭାଗ ପକ୍ଷରୁ ମଧ୍ୟ ତପ୍ତରତା ଦେଖାଦେଇଛି  । ଓଡିଶାର ୫୦୦ ମିଟର ଭିତରକୁ  ଏକ  ବାଘ କାପୋଲୋଡା ପଂଚାୟତର ସୀମାନ୍ତ ଝାଙ୍କରିକାରିଲି ଗାଁର ପାଖ ଜଙ୍ଗଲରେ ଜଣଙ୍କ ବଳଦ ମାରି ଦେଇଥିବା ସନ୍ଦେହ କରାଯାଉଛି ।

ଖବର ପାଇଁ ନାରାୟଣପାଟଣା ରେଂଜର ଏ କେ ପାଢି ସମେତ ୫ ଜଣ ଫରେଷ୍ଟର ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଦିନ ଯାକ ଆନ୍ଦ୍ରର ପାରବତିପୁର ମାନ୍ୟମ ଜିଲ୍ଲାର ବନ ଅଧିକାରୀ ଙ୍କ ସହ ଗାଁ ରେ ଡେରା ପକେଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ବାଘ ବୁଲୁଥୁବା  ଖବର ବିଜୁଳି ବେଗରେ ଆଖ ପାଖ ଗାଁ ରେ ପ୍ରଚାର ହେବାପରେ ସାଧାରଣରେ ଆତଙ୍କର ବାତାବରଣ ଖେଳିଯାଇଛି ।ଗାଁ ଗାଁ ରେ ବନବିଭାଗର ଅଧିକାରୀ ,ଫରେଷ୍ଟ ଗାର୍ଡ ସଜାଗ ରହି ସଚେତନ କରିବାରେ ଲାଗିପଡିଛନ୍ତି ।ଚାରିଜଣ ଫରେଷ୍ଟର ବିଭିନ୍ନ ଗାଁ ଗୁଡିକୁ ଯାଇ ସଜାଗ ରହିବାକୁ ଗ୍ରାମବାସୀ ଙ୍କୁ ସୁଚନା ଦେଇଛନ୍ତି ।ତିନି ଦିନ ତଳେ  ସୀମାନ୍ତ ରେ ଏକ ଛେଳି କୁ ମାରିଥିବା   ସୁଚନା ମିଳିଥିଲା । 

୫୦୦ ମିଟର ଓଡିଶା ସୀମାମଧ୍ୟକୁ ପଶିଆସିଥିବା ସୁଚନା ମିଳିଥିଲା ।ବାଘ କୋଉଠିରୁ ଆସିଛି ତାହାର କୌଣସି ଖୋଜ ଖବର ସଠିକ୍ ବନ ବିଭାଗ ପାଖରେ ନଥିବା ବେଳେ ତାର ତଦନ୍ତ କରାଯାଉଥିବାର କହିଛନ୍ତି ନାରାୟଣପାଟଣା ରେଜଂର ଏ କେ ପାଢୀ । ସେପଟେ ବାଘ ର ଗତିବିଧି ଠାବ କରିବା ପାଇଁ ଉଭୟ ଆନ୍ଦ୍ର ଓଡିଶା ବନବିଭାଗର ମିଳିତ ଭାବେ ଟ୍ରାପ୍ କ୍ୟାମେରା ର ବ୍ୟବସ୍ଥା କରାଯାଇଥିବା ବେଳେ ପାରବତିପୁର ବନ ବିଭାଗର ଏକ ଟାଇଗର ଏକ୍ସପୋର୍ଟ ଟିମ୍ ସୀମାନ୍ତରେ ରହି ନଜର ରଖିଛନ୍ତି । ଘଟଣା ସ୍ଥଳର ପାଦ ଚିହ୍ନ ପଡିଥିବାରୁ  ବାଘଟି ଥିବା ଆଶଙ୍କା କରୁଛି   ବନ ବିଭାଗ । କୌଣସି କ୍ଷତି କାହାର ନକରେ ବାଘକୁ ଠାବ କରିବାକୁ ଆଖ ପାଖ ଗାଁ ର ଲୋକଙ୍କୁ ସହ ସମ୍ପର୍କ ରଖି ସଚେତନ କରୁଛି   ବନ ବିଭାଗ କହିଛି ।

Related Posts

Seo wordpress plugin by www.seowizard.org.