Odisha News

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଭି. କିରର୍ତ୍ତିରାଜ ବୌଦ୍ଧ ଜିଲ୍ଲା ଟପର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୫: ନିକଟରେ ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଭି. କିର୍ତ୍ତିରାଜ ରାଜୁ ୯୬.୨% ପ୍ରତିଶତ ମାର୍କ ରଖି ବୌଦ୍ଧ ଜିଲ୍ଲା ଟପ୍ପର ହୋଇଛନ୍ତି । କିର୍ତ୍ତିରାଜ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ସେ ବୌଦ୍ଧ ସହରର ଜଣାଶୁଣା ବ୍ୟବସାୟୀ ଭି.ରାମପ୍ରସାଦ ରାଜୁ ଓ ଭି,ରୁକ୍କୁଣୀ ରାଜୁଙ୍କ ପୁତ୍ର ଅଟନ୍ତି । ଏହି ସଫଳତା ପାଇଁ କିର୍ତ୍ତିରାଜଙ୍କୁ ତାଙ୍କର ସହପାଠୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଭିନ୍ନ ଅନୁଷ୍ଠାନ ଅଭିନନ୍ଦନ ଜଣାଇଛନ୍ତି ।
ବୌଦ୍ଧ : ଘର ଭିତରକୁ ପଶିଲା କାର ଜଣେ ମହିଳା ମୃତ
ବୌଦ୍ଧ,୧୫/୫: : ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ କଡର ଥିବା ଲୁହୁରାଗାଡିଆ ଗ୍ରାମରେ ଆଜି ଭୋର ସମୟର ଏକ ଅଘଟଣ ଘଟି ଯାଇଛି। ଘର ମଧ୍ୟକୁ ଏକ କାର ପଶି ଯିବା ଫଳରେ ଜଣେ ମହିଳା ଙ୍କ ମୁତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତ ମହିଳା ଜଣଙ୍କ ହେଲେ ଲୁହୁରାଗାଡିଆ ଗ୍ରାମର ପାନେଶ୍ୱରି ଧଳ ବୋଲି ଜଣା ପଡ଼ିଛି ।
ସୂଚନା ମତେ, କାରଟି ଜାତୀୟ ରାଜପଥରେ ଚାରିଛକ ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ସମୟରେ ଲୁହୁରାଗାଡିଆ ଗ୍ରାମର ରାସ୍ତା କଡ଼ରେ ଥିବା ଏକ ଘର ମଧ୍ୟ ଭାରସାମ୍ୟ ହରାଇ ପଶି ଯାଇଥିଲା ।
ଫଳରେ ସେଠାରେ ଥିବା ପନେଶ୍ୱରି ଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଉତକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଛି ।ଦୁର୍ଘଟଣା ଘଟାଇ କାର ଡ଼୍ରାଇଭର ଫେରାର ହୋଇଯାଇଥିବା ଜଣା ପଡ଼ିଛି । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧ: ପୂର୍ବତନ ସୈନିକଙ୍କ ପରଲୋକ
ବୌଦ୍ଧ,୧୫/୫: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ସରସରା ଗ୍ରାମର ପୂର୍ବତନ ସୈନିକ କେଶବ ଚନ୍ଦ୍ର ମାହାରଙ୍କ ୭୧ ବର୍ଷ ବୟସରେ ଶନିବାର ଦିନ ପରଲୋକ ହୋଇଯାଇଛି । ସୁଚନା ମୁତାବକ,ସେ ୧୯୭୦ ମସିହାରୁ ୧୯୯୪ ମସିହା ପର୍ଯ୍ୟନ୍ତ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ଥିଲେ ।
ସେ ଜଣେ ଭଦ୍ର ,ମେଳାପି, ଆମାୟିକ ବ୍ୟକ୍ତି ଥିବା ସହ ଜଣେ ସ୍ୱଛୋସେବୀ ସହ ବିଭିନ୍ନ ସାମାଜିକ ସୁଧାର କାର୍ଯ୍ୟରେ ସାମିଲ ଥିଲେ । ତାଙ୍କର ପରଲୋକରେ ପୂର୍ବତନ ସୈନିକ ମହଲରେ ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବଡ ପୁଅ ସନ୍ତୋଷ ମାହାର ମଧ୍ୟ ଭାରତୀୟ ସୈନ୍ୟ ବାହିନୀରେ କାଯ୍ୟରତ ଅଛନ୍ତି ।
ବୌଦ୍ଧରେ ରାଷ୍ଟ୍ରୀୟ ଲୋକ ଅଦାଲତ
ବୌଦ୍ଧ,୧୫/୫ : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ନ୍ୟାୟାଳୟ ପରିସରରେ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା ।
ଏହି ଲୋକ ଅଦାଲତରେ ସର୍ବମୋଟ ୭୭ ଟି ବିଚାରଧିନ କେସ୍ ଯଥା ମୋଟର ଦୂର୍ଘଟଣା ଜନିତ ମକଦ୍ଦମା, ପାରିବାରିକ ମାମଲା, ଦେବାନୀ ମକଦ୍ଦମା, ଗ୍ରାହକ ବିବାଦ, ଏଆଇ ଆକ୍ଟ, ପ୍ରାକ୍ ମକଦ୍ଦମା କେସ୍ , ବ୍ୟାଙ୍କ କେସ୍ ଆଦି ମାମଲା ଗୁଡିକର ଫଇସଲା କରାଯାଇ ସର୍ବ ମୋଟ ୬୬ଲକ୍ଷ ୬ ହଜାର ୯୭୩ ଟଙ୍କା ଆଦାୟ କରାଯାଇଥିଲା ।
ଏହି ଲୋକ ଅଦାଲତରେ ପରିବାର ଅଦାଲତ ବିଚାରପତି ଅଳ୍ପନା ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସରୋଜିନି ପତି, ବରିଷ୍ଠ ଦେବାନୀ ଅଦାଲତ ବିଚାରପତି ସୀତାକାନ୍ତ ପ୍ରଧାନ, ଆଇନ ସେବା ପ୍ରାଧିକରଣ ସଚିବ ସାସ୍ୱତି ମିଶ୍ର, ଉପଖଣ୍ଡିୟ ବିଚାର ବିଭାଗୀୟ ଦଣ୍ଡାଧିଶ ସୁଶ୍ରୀ ସଙ୍ଗିତା ଦାସ ଯୋଗଦେଇଥିଲେ । ଏହି ଲୋକ ଅଦାଲତରେ ପରିବାର ଅଦାଲତର ବିଚାରପତି ବହୁ ଦିନର ଅମିମାଂସିତ ପାରିବାରିକ ମକଦ୍ଦମାର ମଧ୍ୟସ୍ଥତା କରି ବୈବାହିକ ବିଚ୍ଚେଦର ପୁନଃ ସ୍ଥାପନା କରାଇଥିଲେ ।
ବୌଦ୍ଧ ପୁଲିସ ପକ୍ଷରୁ ବିପୁଳ ଗଂଜେଇ ଜବତ
ବୌଦ୍ଧ,୧୫/୫ : ଦୀର୍ଘ ୩ ମାସ ହେବ ବୌଦ୍ଧ ପୁଲିସ ପକ୍ଷରୁ ବ୍ୟାପକ ଭାବେ ବେଆଇନ ଗଂଜେଇ ଚାଲାଣ ଓ ରଖିବା ଉପରେ ଚଢାଉ ଜାରି ରଖିଛି । ଜିଲ୍ଲା ପୁଲିସ ପକ୍ଷରୁ ପ୍ରତିଦିନ ବ୍ୟାପକ ଭାବେ ଗଂଜେଇ ଜବତ କରି ଆସୁଅଛି । ନୂତନ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ଜିଲ୍ଲାରୁ ଗଂଜେଇ ସଂପୂର୍ଣ୍ଣ ବନ୍ଦ କରିବାକୁ ଏହି ଚଢାଉ ଜାରି ରଖିଛନ୍ତି ।
ଗତ ଶୁକ୍ରବାର ଦିନ ବୌଦ୍ଧ ପୁାଲିସ ମାତାଗାଡୁ ସଂରକ୍ଷିତ ଜଙ୍ଗଲର ନିକଟସ୍ଥ ଡଙ୍କେନ ଗ୍ରାମ ନିକଟରୁ ୨୮ କ୍ୟୁଣ୍ଟାଲ ୫୦ଜେକି ଗଂଜେଇ ଜବତ କରିଥିବା ଜଣାପଡିଛି । ଏନେଇ ଶନିବାର ଦିନ ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ସାମ୍ବାଦିକ ସମ୍ମିଳନରେ ସୂଚନା ଦେଇଛନ୍ତି । ବୌଦ୍ଧ ପୁଲିସ ୨୮ କ୍ୟୁଣ୍ଟାଲ ୫୦କେଜି ଗଂଜେଇ ସହ ଏକ ଦେଶୀ ବନ୍ଧୁକ ଜବତ କରିଥିବା ସୁଚନା ଦେଇଥିଲେ ।
ଏନେଇ ବୌଦ୍ଧ ଥାନରେ ଥାନା କେସ ନଂ ୨୦୨/୨୩ ରେ ଏକ ମାମଲା ରୁଜ ହୋଇଥିବା ବେଳେ ସେହିପରି କଂଟାମାଳ ପୁଲିସ ପକ୍ଷରୁ ୬ କ୍ୟୁଣ୍ଟାଲ ଗଂଜେଇ ଜବତ କରିବା ସହ ଥାନା କେସ ନଂ ୯୧/୨୩ ରେ ଏକ ମାମଲା ରୁଜୁ ହୋଇଛି ।
ବୌଦ୍ଧ ପୁଲିସ ପକ୍ଷରୁ ଜିଲ୍ଲାରେ ତିନି ମାସ ମଧ୍ୟରେ ୩୪ ଟନ ଗଂଜେଇ ଜବତ କରାଯିବା ସହ ୮୭ ଗୋଟି ମାମଲା ରୁଜୁ କରିବା ସହ ୮୯ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୩୦ ଗୋଟି ମୋଟର ସାଇକେଲ , ୬ ଗୋଟି କାର ,୩ ଗୋଟି ପିକଅପ , ୨ ଗୋଟି ଟ୍ରାକଟର , ଗୋଟିଏ ଟ୍ରକ , ୮ ଗୋଟି ଦେଶି ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ଗୁରୁ ସୁଚନା ଦେଇଥିଲେ । ଆଗକୁ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ସୁଚନା ଦେଇଥିଲେ । ଏହି ସମ୍ମିଳନୀରେ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ ଉପସ୍ଥିତ ଥିଲେ ।
ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦଘାଟିତ
ବୌଦ୍ଧ,୧୫/୫: ବୌଦ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦକ୍ଷିଣ ପଶ୍ଚିମ ସମ୍ଭାଗ ଅନ୍ତର୍ଗତ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦଘାଟିତ ହୋଇଯାଇଛି ।ଏହି ଉତ୍ସବରେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଦିବାକର ଘୋଷ ,ସୁବର୍ଣ୍ଣପୁର ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି ,ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ୱର ବେହେରା ଓ ସ୍ଥାନୀୟ ବିଦ୍ୟାଳୟର ଉପ ସଭାପତି ବ୍ୟୋମ କେଶ ମିଶ୍ର ଉପସ୍ଥିତ ଥିଲେ ।
ଏହି ବୈଠକରେ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି ଅତିଥି ପରିଚୟ , କାର୍ତ୍ତିକେଶ୍ଵର ବେହେରା ବୈଠକର ଆଭିମୁଖ୍ୟ ଓ ଦିବାକର ଘୋଷ ମାର୍ଗ ଦର୍ଶନ କରିଥିଲେ । ଏହି ବୈଠକରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ୮୨ ଜଣ ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକ ଉପସ୍ଥିତ ଥିଲେ ।
ଚଳିତ ଶିକ୍ଷାବର୍ଷରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ମାର୍ଗଦର୍ଶନ କରିଥିଲେ । ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହ ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ ବିଶ୍ଵାଳ, ସଂଭାଗ ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା ବୈଠକରେ ଉପସ୍ଥିତ ଥିଲେ ।
ବିଜୁଳି କର୍ମଚାରୀ ସଙ୍ଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ
ବୌଦ୍ଧ,୧୫/୫: ବୌଦ୍ଧ ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ବୌଦ୍ଧ ଡ଼ିଭିଜନ ର ବାର୍ଷିକ ଅଧିବେଶନ ବୌଦ୍ଧସ୍ଥିତ କର୍ମଚାରୀ ଭବନ ଠାରେ ସଂଗଠନ ର ରାଜ୍ୟଉପସଭାପତି ଭ୍ରମରବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଦକ୍ଷିଣାଞ୍ଚଳ ଜୋନ ସମ୍ପାଦକ ସାଥି ଦୁର୍ଗାପ୍ରସାଦ ନନ୍ଦ ରାଜ୍ୟ ଉପସାଧାରଣ ସମ୍ପାଦକ ଶମ୍ଭୁ ପ୍ରସାଦ ମହାପାତ୍ର କନ୍ଧମାଳ ଡିଭିଜନ ସମ୍ପାଦକ ଦିଲୀପ କୁମାର ସାହୁ ବୌଦ୍ଧ ଡିଭିଜନ ସମ୍ପାଦକ ପ୍ରତାପ ପ୍ରଧାନ ସଂଗଠନର ଉପଦେଷ୍ଟା ଅବକାଶ ସାହୁ ସୁନୀଲ କୁମାର ପ୍ରଧାନ ଗୁପ୍ତେଶ୍ୱର ପ୍ରଧାନ ନିଉଠନ ଭଞ୍ଜ ତାପସ ବଡ଼ମାଳୀ ପ୍ରମୁଖ ବର୍ତ୍ତମାନ ଆଉଟ ସୋର୍ସିଙ୍ଗ ନାମରେ ଯୁବକ ମାନଙ୍କୁ କରାଯାଉଥିବା ଶୋଷଣର ପ୍ରତିବାଦ କରିବା ସହ ସରକାର ତୁରନ୍ତ ଆଉଟସୋରସିଂ ଭଳି ଘୃଣ୍ୟପ୍ରଥାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସଂଗଠନକୁ ସୁଦୃଢ କରିବାସହ ବ୍ୟାପକ ଆନ୍ଦୋଳନ ଗଢିତୋଳିବାକୁ ମତ ପ୍ରକାଶ କରିଥିଲେ ।
ସରକାରଙ୍କ ନିର୍ଦେଶକୁମାନି ତମାମ ରାଜ୍ୟବାସୀଙ୍କୁ ବିଜୁଳିସେବା ଯୋଗାଇଦେଉଥିବା କର୍ମଚାରୀ ଆଜି ଅତ୍ୟନ୍ତ ଦୁଃଖଦୈନ ରେ କାଳାତିପାତ କରୁଛନ୍ତି । ଏହା ସବୁଠୁ ଦୁଃଖର କଥା । ପରିଶେଷରେ ଆଗାମୀ ବର୍ଷ ପାଇଁ ବୌଦ୍ଧ ଡିଭିଜନର ଉପଦେଷ୍ଟା ଭାବେ ଅବକାଶ ସାହୁ ସାଧାରଣ ସମ୍ପାଦକ ପ୍ରତାପ କୁମାର ପ୍ରଧାନ ସଂଗଠନ ସମ୍ପାଦକ ଭାବେ ଗୁପ୍ତେଶ୍ୱର ପ୍ରଧାନ ସୁନୀଲ ପ୍ରଧାନ ପ୍ରମୁଖ ମନୋନୀତ ହୋଇଛନ୍ତି ।

Related Posts

Seo wordpress plugin by www.seowizard.org.