Odisha News

ସିଏମ୍‌ପିଡିଆଇ କଲୋନୀରେ ବନୋମହୋତ୍ସବ ପାଳିତ

ଭୁବନେଶ୍ୱର,୨୭/୭: ଭୁବନେଶ୍ୱର କ୍ଷେତ୍ରିୟ ସଂସ୍ଥାନ-୭ ସ୍ଥିତ ଆବାସିକ କଲୋନୀରେ ୨୩ ତାରିଖ ଦିନ ବନୋମହୋତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ନୂଆ ଦିଲ୍ଲୀ ସ୍ଥିତ କୋଇଲା ମନ୍ତ୍ରାଳୟ ତଥା ସିଏମ୍‌ପିଡିଆଇ ମୁଖ୍ୟାଳୟ ରାଞ୍ଚି ନିର୍ଦ୍ଦେଶରେ ହୋଇଥିଲା ।
ଉତ୍ସବରେ କ୍ଷେତ୍ରିୟ ନିର୍ଦ୍ଦେଶକ ରାମକୃଷ୍ଣ ମହାପାତ୍ର ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବ୍ୟଶ୍ୟକତା ସମ୍ବଦ୍ଧରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାମ୍ୟକ ଧାରଣା ଦେଇଥିିିଲେ ।
ଏହି ଅବସରରେ କଲୋନୀର ପ୍ରାଙ୍ଗଣରେ ଫଳଧାରୀ ବୃକ୍ଷ ତଥା ଆମ୍ବ, ଲେମ୍ବୁ ସେପେଟା ଇତ୍ୟାଦି ବୃକ୍ଷ ରୋପଣ କରାଯାଇଥିଲା । ଉତ୍ସବକୁ ପରିଚାଳନା କରିଥିଲେ ପରିବେଶ ବିଭାଗର ବିଭାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏବଂ ସିଭିଲ ବିଭାଗର ବିଭାଧ୍ୟକ୍ଷ ଜ୍ୟୋତିର୍ମୟ ସିହ୍ନା ।

Related Posts

Seo wordpress plugin by www.seowizard.org.