Odisha News

ସିଆରପିଙ୍କ କାର୍ଯ୍ୟରେ ଅସନ୍ତୋଷ ହୋଇ ଡିପିଏମଙ୍କ ଠାରେ ଅଭିଯୋଗ କଲେ ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟାମାନେ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର କୁଶାସିଙ୍ଗା ଗ୍ରାମର ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ସିଆରପିଙ୍କ କାର୍ଯ୍ୟରେ ଅସନ୍ତୋଷ ହୋଇ ଆଜି ଡିପିଏମଙ୍କ ଠାରେ ଅଭିଯୋଗ କରିଛନ୍ତି । ସୁଚନା ମତେ, ଗତ ପଂଚାୟତ ନିର୍ବାଚନରେ ଭୋଟକୁ ନେଇ ସିଆରପି ମହିଳା ଗୋଷ୍ଠୀଙ୍କ ଉପରେ ଆକ୍ରୋଶ ରଖି ଉଦ୍ୟଶ ମୂଳକ ଭାବରେ ଆଂଚଳିକ ମଂଚର ସଭ୍ୟା ପରିବର୍ତନ କରି ମହିଳା ଗୋଷ୍ଠୀଙ୍କ ଅର୍ଥ ଆତ୍ମସାତ କରିବାକୁ ଚାହୁଁଛନ୍ତି । ଏହା ଗୋଷ୍ଠୀର ସଦସ୍ୟାମାନେ ଜାଣିପାରି ଟଙ୍କା ଉଙ୍ଖାଣ ନ କରିବାକୁ ବ୍ୟାଙ୍କ କତୃପକ୍ଷଙ୍କୁ ଅବଗତ କରାଇଥିଲେ ।
ବ୍ୟାଙ୍କ କତୃପକ୍ଷ ସିଆରପିଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟ କରିବୁ ବୋଲି କହିଥିଲେ । ଫଳରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏନେଇ ବିଡିଓ, ବିପିଏମ ଏବଂ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଜଣାଇଥିବା ଅଭିଯୋଗ କରିଛନ୍ତି । ଫଳରେ ସ୍ୱୟଂ ସହାୟୀକା ଗୋଷ୍ଠୀରେ ନିର୍ଭର କରି ଚଳୁଥିବା ମହିଳାମାନେ ଏବେ ଆସ୍ଥା ହରାଇ ବସିଲେଣି । ସିଆରପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳାମାନେ ଡିପିଏମଙ୍କ ଠାରେ ଅଭିଯୋଗ କରିବାକୁ ଆସିଥିଲେ ।
ଓ. ଜେ. ୟୁ, ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲପାଳଙ୍କୁ ଦଶ ଦଫା ଦାବିପତ୍ର ପ୍ରଦାନ
ବୌଦ୍ଧ,୨୬/୧୧: ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ), ବୌଦ୍ଧ ଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦଶ ଦଫା ସମ୍ମିଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆ ରେ ପ୍ରଦାନ କରାଯାଇଛି ।
ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଗ୍ରହଣ କରିଥିଲେ,ଦାବିମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ
ପ୍ରଣୟନ, ସ୍ୱାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ମୁତ୍ୟୁକାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବୀ
କରାଯାଇଛି ।
ସାମ୍ବାଦିକ ମାନେ କାର୍ଯ୍ୟ କରିବାପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ. ଓ. ପି )ପ୍ରଣୟନ, ଅବସର କାଳୀନ ଭତ୍ତାପ୍ରଦାନ, ବ୍ୟାଙ୍କ ଋଣ ସରଳିକରଣ, ଜିଲ୍ଲା, ବ୍ଲକ, ଉପଖଣ୍ଡ ସାମ୍ବାଦିକ ମାନଙ୍କୁ ସାମ୍ବାଦିକ ଅଧୀସ୍ୱୀକୃତି ନୀତିରେ ସାମିଲ କରାଯାଉ,ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା,ସରକାରୀ ବିଜ୍ଞାପନରୁ ଦୁଇ ପ୍ରତିଶତ ଲେଭି କାଟି ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ବ୍ୟବହାର
କରାଯାଉ ।
ସାମ୍ବାଦିକ କମିଟି ଗଠନ କରାଯାଉ,ଦାବିପତ୍ର ଦେବା ସମୟରେ କମିଟି ଉପଦେଷ୍ଟା ଯୁଗଳ କିଶୋର ସାମଲ,ଜିଲ୍ଲା ସଭାପତି ପୂର୍ଣ୍ଣ ଚରଣ ସାହୁ,ସମ୍ପାଦକ ଭାଗବତ ମେହେର, ସୁଧାଂଶୁ ମିଶ୍ର, ଜୟ କୁମାର ମହାରଣା, ଦିବ୍ୟରଞ୍ଜନ ପଟ୍ଟନାୟକ, ଦେବାନନ୍ଦ ସାହୁ,
ଦେବାଶିଷ ମଲ୍ଲିକ, ସୁଦର୍ଶନ ବଘାର, ସୁଶାନ୍ତ କୁମାର ବେହେରା, ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଓଡିଶା ଉଚ୍ଚ ନ୍ୟାୟାଳୟର ଜାଲ ରହିତାଦେଶ ଆଦେଶ ଦେବା ଅଭିଯୋଗରେ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୨୬/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶୁଭଙ୍କର ମହାନ୍ତି ( ଜେଏମଏଫସି) ଶୁକ୍ରବାର ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡା ଦେଶ ଆଦେଶ ଦେବା ସହ ୫୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ ୨୦୧୧ ମସିହାରେ ହରଭଙ୍ଗା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ କୁମାରୀ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା ।
ଏହି ପଦବୀ ପାଇଁ କୁମାରୀ ଗ୍ରାମର ବିଷ୍ଣୁପ୍ରିୟା ପ୍ରଧାନ ଓରଫ ସେନପାତି ପଦବୀ ପାଇଁ ଦରଖାସ୍ତ ଦେଇଥିଲେ । କିନ୍ତୁ ଦରଖାସ୍ତ ଗୁଡିକୁ ଯାଞ୍ଚ ସମୟରେ ଶ୍ରୀ ମତୀ ପ୍ରଧାନ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟରେ ଏହି ପଦବୀ ଚୟନ କରିବା ସମୟରେ ଓଡିଶା ଉଚ୍ଚ ନ୍ୟାୟଳୟର ଏକ ରହିତା ଦେଶ ଦେଇଥିଲେ । କିନ୍ତୁ ଉକ୍ତ ଆଦେଶଟି ଜାଲ ବୋଲି ବୋଲି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଜାଣିବା ପରେ ଏହା ଉପରେ ତଦନ୍ତ ପାଇଁ ଉଚ୍ଚ ନ୍ୟାୟଳୟକୁ ପଠାଇଥିଲେ ।

Related Posts

Seo wordpress plugin by www.seowizard.org.