Odisha News

ସାମ୍ବିଧାନିକ ଦାୟିତ୍ଵ ଓ ବ୍ୟକ୍ତି ମର୍ଯ୍ୟାଦା

ବରଦା ଦାସଙ୍କ ରିପୋର୍ଟ
କଟକ, ୧୭/୩ : ୧୪୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତ ର ବୈଶିଷ୍ଟ୍ୟ ବିବିଧତା ମଧ୍ୟରେ ଏକତା ।
ଆମର ଆଦର୍ଶ ବସୁଧୈବ କୁତୁମ୍ବକମ୍ । ବାବା ସାହେବ୍ ଆମ୍ବେଦକର କହୁଥିଲେ ଏହା ଲୋକମାନଙ୍କ ସମ୍ବିଧାନ ।
ବ୍ୟକ୍ତି ମର୍ଯ୍ୟାଦା କୁ ନିଶ୍ଚିତ କରିବା ସମ୍ବିଧାନ ର ମୂଳ କର୍ତ୍ତବ୍ୟ ବୋଲି ରେଭେନ୍ସା ବିଶ୍ଵ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ନେତାଜୀ ଅଭିନନ୍ଦନ ପ୍ରକାଶ କରିଛନ୍ତି ।
ବିଜେପି ସମ୍ବିଧାନ ଗୌରବ ଅଭିଯାନ ଓ ଭାରତ ରତ୍ନ ସ୍ବର୍ଗତ ଅଟଳ ବାଜପେୟୀ ଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ବିଜେପି ବୁଦ୍ଧିଜିବୀ ପ୍ରାକୋଷ୍ଟ କଟକ ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ୪ ର୍ଥ ଆଭାସି ଆଲୋଚନାସଭା ରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡ ନେତାଜୀ କହିଲେ ସମ୍ବିଧାନ କୁ ଜୀବନ ର ଆଦର୍ଶ ଭାବେ ପ୍ରତିଫଳିତ କଲେ ଆମ ମର୍ଯ୍ୟାଦା ବା ଦେଶର ମର‌୍ୟ୍ୟାଦା ବୃଦ୍ଧି ପାଇବ ।
ଗଣତନ୍ତ୍ର ରେ ଦଳ ମାନ ଅଛନ୍ତି ମାତ୍ର ଦଳ ମାନଙ୍କରେ ଗଣତନ୍ତ୍ର ନାହିଁ । ସେ ଆହୁରି କହିଲେ ବିଧାନସଭା ଓ ସଂସଦରେ ହଟ୍ଟଗୋଳ ଏବେ ଚରମ ସୀମାରେ ପହଞ୍ଚିଛି ।
ଆଲୋଚନା ରୁ ସମାଧାନ ସୂତ୍ର ବାହାରିବା ପରିବର୍ତ୍ତେ ବିତର୍କ ରୁ ବିତଣ୍ଡା ଚାଲିଛି । ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ କଟକ ଶାଖା ର ସଂଯୋଜକ ବରଦା ଦାସ କହିଲେ ନିର୍ବାଚନରେ ସଂସ୍କାର ନହେଲେ ବିକାଶ ଆଶା କରିବା ବୃଥା । ଆମେ ସମସ୍ତେ ଆମ ସମ୍ବିଧାନକୁ ଅଧିକ ସଂଖ୍ୟାରେ ଜାଣିଲେ ଆମର ଲାଭ ହେବ ।
ଭାରତରତ୍ନ ଅଟଳ ବାଜପେୟୀ ରାଜନୀତି ବିଜ୍ଞାନରେ ଏମ ଏ ପାସ କରିଥିଲେ । ତେଣୁ ତାଙ୍କରି ଜନ୍ମ ଶତାବ୍ଦୀ ସ୍ମୃତିରେ ଏ ଆଲୋଚନା ଆୟୋଜନ କରାଯାଇଥିଲା । ଛତିଶ ଗଡ଼ ରୁ ପ୍ରତାପ ରାଉତ, ବାହାରିନ ରୁ ସୁବାସ ସାହୁ, ଡ ନନ୍ଦନନ୍ଦନ ଦାସ, ଉମାଶଙ୍କର ମିଶ୍ର, ଦିପାୟନ ପଟ୍ଟନାୟକ , ବିନୋଦ ମହାନ୍ତି ପ୍ରମୁଖ ପ୍ରଶ୍ନ ପଚାରି ଏକ ସ୍ମାରକ ପତ୍ର ସରକାରଙ୍କୁ ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିଲେ । କ୍ୟାପଟେନ ସ୍ୱପନ ମିଶ୍ର ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ୟୁ ଟ୍ୟୁବ୍ ଟି ଅତ୍ୟନ୍ତ ଉଚ୍ଚ କୋଟିର ହୋଇଥିବାରୁ ଆଗ୍ରହୀ ଛାତ୍ର,ଅଧ୍ୟାପକ,ରାଜନେତା,ବୁଦ୍ଧିଜୀବୀ ମାନେ ପ୍ରଦର୍ଶନ କରି ପ୍ରେରଣା ପାଇ ପାରିବେ ବୋଲି ମତ ପ୍ରକାଶ ପାଇଛି ।

Related Posts