Odisha News

ସାମ୍ବାଦିକଙ୍କୁ ବୌଦ୍ଧ ସହକାରୀ କାରାଧିକ୍ଷକଙ୍କ ର୍ଦୁବ୍ୟବହାର ପ୍ରସଙ୍ଗ:ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ନିନ୍ଦା, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆରକ୍ଷୀ ଅଧିକ୍ଷକ ଓ କାରାଧିଶଙ୍କ ନିକଟରେ ଦାବି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୯: ସୋମବାର ବୌଦ୍ଧ ଉପକାରାଗାରରେ ଜଣେ ବିଚାରାଧିନ କଏଦି ଅରକ୍ଷିତ ସାହୁ(୩୦)ଙ୍କ ମୃତ୍ୟୁ ହୋଇଥିଲା । ତେବେ ହୃଦଘାତରେ କଏଦିଙ୍କ ମୃତ୍ୟୁ ହୋଇଛି ବୋଲି ବିଭାଗ ପକ୍ଷରୁ ସୁଚନା ଦିଆଯାଇଥିବା ବେଳେ ମୃତ କଏଦିଙ୍କ ମୁଣ୍ଡରୁ ରକ୍ତ ବାହାରୁଥିବା ସାମ୍ବାଦିକମାନେ ଦେଖିବାକୁ ପାଇଥିଲେ ।
ଏହି ଖବର ସଂଗ୍ରହ କରିବାପାଇଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ନିୟୁଜ-ସେଭେନ, କଳିଙ୍ଗ ଟିଭି, ଅର୍ରଗସ ଟିଭି ଓ ଓଟିଭିର ଜିଲ୍ଲା ପ୍ରତିନିଧି ରାତିରେ ପହଞ୍ôଚଥିଲେ । ଖବର ସଂଗ୍ରହ କରି ସେଠାରେ ଦାୟିତ୍ୱରେ ଥିବା ବୌଦ୍ଧ ସହକାରୀ କାରାଗାର ଅଧିକ୍ଷକଙ୍କୁ ଘଟଣା ସଂପର୍କରେ ପଚାରିବାରେ ସେ ଉତ୍‌କ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ଠେଲାପେଲା କରିବାସହ ର୍ଦୁବ୍ୟବହାର ପ୍ରଦର୍ଶନ କରି ବୁମ୍‌କୁଛଡାଇ ଫିଙ୍ଗି ଦେଇଥିଲେ ।
ଉକ୍ତ ଅଧିକାରୀ ନିଶାଶକ୍ତ ଅବସ୍ଥାରେ ଥିବାରୁ ସାମ୍ବାଦିକ ମାନେ ଅଧିକ ଯୁକ୍ତି ନକରି ବୌଦ୍ଧ ଥାନାରେ ସାମୁହିକଭାବେ ଲିଖିତଭାବେ ଅଭିଯୋଗ କରିଥିଲେ । ଉକ୍ତ ଖଟଣାକୁ ନେଇ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ଆଜି ସଂଧ୍ୟାରେ ସ୍ଥାନିୟ ସାମ୍ବାଦିକ ଫରୋମ କାର୍ଯ୍ୟାଳୟ ଠାରେ ଏକ ଜରୁରୀ ବୈଠକ ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆହୁତ ହୋଇ ଘଟଣା ସଂପର୍କରେ ଆଲୋଚନା କରାଯାଇଥିଲା ।
ସାମ୍ବାଦିକ ମାନେ ତାଙ୍କ କାମ କରୁଥିବାବେଳେ ଜଣେ ଦାୟିତ୍ୱ ସଂପର୍ଣ୍ଣ ଅଧିକାରୀ ହୋଇ ନିଶାଶକ୍ତ ଅବସ୍ଥାରେ ଥାଇ ତାଙ୍କ କାର୍ଯ୍ୟରେ ବାଧା ଦେବାସହ ର୍ଦୁବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ବୈଠକରେ ଉପସ୍ଥିତ କ୍ଲବର ସଦସ୍ୟମାନେ କ୍ଷୋଭ ପ୍ରକାଶ କାରିବାସହ ଅଧିକାରୀଙ୍କ ଏଭଳି ଆଚରଣର ତିବ୍ର ନିନ୍ଦା କରିଥିଲେ । ପୋଲିସ ଘଟଣାର ତଦନ୍ତକରି ଦୋସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପ୍ରେସ କ୍ଲବ ଦାବି କରିବାସହ ଏଭଳି ଦାୟିତ୍ୱହିନ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାନେଇ କ୍ଲବ ପକ୍ଷରୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲିଖିତଭାବେ ଦୃଷ୍ଟି ଆକର୍ଷଣ କରିବା ନେଇ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
କ୍ଲବର ସାଧାରଣ ସଂପାଦକ ରଘୁନାଥ ଷଡଙ୍ଗୀ ପ୍ରାମ୍ଭରେ ବୈଠକ ସଂପର୍କରେ ସୁଚନା ପ୍ରଦାନ କରିଥିବାବେଳେ ସଦସ୍ୟ ଦୁର୍ଯ୍ୟଧନ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ କ୍ଲବର ମାର୍ଗଦର୍ଶକ ଯୁଗଳ ସାମଲ, କାର୍ଯ୍ୟକାରୀ ସଭାପତି ପ୍ରଦୋଷ ମିଶ୍ର, ଉପ ସଭାପତି ସମରେଶ ମିଶ୍ର, ସହ ସଂପାଦକ ସଂଜିବ ମହାକୁଳ, ସଦସ୍ୟ ଅବଦୁଲ ମହସିନ ଖାଁ, ଦେବାନନ୍ଦ ସାହୁ, ଦିବ୍ୟ ରଂଜନ ପଟ୍ଟନାୟକ, ସୀତାକାନ୍ତ ସିଂ, ଦିପକ ଅଦର ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଭାଗ ନେଇଥିଲେ ।

Related Posts

Seo wordpress plugin by www.seowizard.org.