Odisha News

ସାମାନ୍ୟ ବର୍ଷା ହେଲେ ପାଣି ଘେରରେ କେନ୍ଦ୍ରୀୟ ବିଦ୍ୟାଳୟ:ସମାଧାନ ପାଇଁ ପ୍ରଶାସନର ଆନ୍ତରିକତାର ଅଭାବ,ପ୍ରଶାସନର ଭୂଲ ନିଷ୍ପତି ଯୋଗୁଁ ଦଣ୍ଡ ଭୋଗୁଛନ୍ତି ପିଲା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୦: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟଟି ଏକ ବୁଡି ଅଂଚଳରେ ରହିଥିବାରୁ ସାମାନ୍ୟ ବନ୍ୟା ହେଲେ ପାଣି ଘେରରେ ରହିଥାଏ । ଯାହାଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ରହିଥିବା ଅଭିଯୋଗ ହେଉଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍କୁଲ କତୃପକ୍ଷ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର କରିଥିଲେ ମଧ୍ୟ ପ୍ରଶାସନ ସମାଧାନ ପାଇଁ ଆଗ୍ରହ ପ୍ରକାଶ କରୁନାହିଁ । ସୂଚନା ମତେ, ବୌଦ୍ଧଜିଲ୍ଲାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ବୌଦ୍ଧଜିଲ୍ଲାରେ ଏହି ବିଦ୍ୟାଳୟଟି ୨୦୦୭ ମସିହାରେ ଆରମ୍ଭ ହୋଇଥିଲା । ପ୍ରଥମେ ଏହା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହେଲା । ଏହି ସମୟରେ ବିଦ୍ୟାଳୟର ନୂତନ କୋଠା ପାଇଁ ଜାଗା ଖୋଜା ଆରମ୍ଭ ହୋଇଥିଲା ।
ସହର ଦେଇଯାଇଥିବା ମହାନଦୀ ଓ ରାମଜାଙ୍ଗୀ ନାଳ ମିଶ୍ରଣସ୍ଥଳରେ ଜାଗା ଚିହ୍ନଟ ହୋଇଥିଲା । ଏହା ଏକ ବୁଡି ଅଂଚଳ ଭାବରେ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରଶାସନ ତରବରିଆ ଭାବରେ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏଠାରେ ଜାଗା ଚିହ୍ନଟ କରାଯାଇ କାର୍ଯ୍ୟ ଆରମ୍ଭ ହେଲା । ବିଦ୍ୟାଳୟର ଏକ ନୂତନ ସୁନ୍ଦର କୋଠାର କାର୍ଯ୍ୟ ଆରମ୍ଭ ହୋଇ ୨୦୧୧ ମସିହାରେ କାମ ଶେଷହେଲା ।
୨୦୧୧ ମସିହାରେ ଏହା କାର୍ଯ୍ୟକ୍ଷମ ହେଲା । ସେହି ଦିନ ଠାରୁ ଏଠାରେ ଛାତ୍ରଛାତ୍ରୀମାନେ ଅଧ୍ୟାୟନ କରି ଆସୁଛନ୍ତି । ବର୍ଷା ଦିନ ହେଲେ ସାମନ୍ୟ ବର୍ଷାରେ ଯଦି ମହାନଦୀ କିମ୍ବା ରାମଜାଙ୍ଗି ନାଳରେ ବନ୍ୟା ଆସେ ତାହାହେଲେ ବନ୍ୟା ପାଣି ଘେରରେ ବିଦ୍ୟାଳୟଟି ରହିଯାଏ ।
ଏବଂ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଇଥାଏ । ଏପରିକି ବନ୍ୟା ପାଣି ଘେରା ଯୋଗୁଁ ଦୀର୍ଘ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟଟି ବନ୍ଦ ରଖିବାକୁ ସ୍କୁଲ କତ୍ତୃପକ୍ଷ ବାଧ୍ୟ ହୋଇଥାନ୍ତି । ବନ୍ୟା ପାଣି ସଂପୂର୍ଣ୍ଣ ଖସିଲେ ପୁଣି ସ୍କୁଲ ଖୋଲାଯାଇଥାଏ । ଏପରିକି ବିଭିନ୍ନ ସମୟରେ ବନ୍ୟା ପାଣି ବିଦ୍ୟାଳୟ ଭିତରକୁ ପଶି ଥାଏ ।
ଯାହାଫଳରେ ଶ୍ରେଣୀ କକ୍ଷ ଭିତରେ ବହଳା ହେବ ପଟୁ ଜମାହୋଇଥାଏ । ବିଦ୍ୟାଳୟ କତ୍ତୃପକ୍ଷ ତାହାକୁ ସଫା କରିବା ସହିତ କାଳେ ସାପ କିମ୍ବା ବିଛା ବନ୍ୟା ପାଣିରେ ଭାସି ଆସି ଶ୍ରେଣୀ କୋଠରେ ଭିତରେ ରହିଯାଇଥିବେ ତାହାହେଲେ ପିଲାଙ୍କ ପାଇଁ ବିପଦ ସେଥିପାଇଁ ତାହାକୁ ମଧ୍ୟ ବିଦ୍ୟାଳୟ କତ୍ତୃପକ୍ଷ ତନତନ କରି ଦେଖିଥାନ୍ତି । ଏପରିକି ବନ୍ୟା ପାଣି ଆସିବା ସଂଙ୍କେତ ଦେଖାଦେଲେ ବିଦ୍ୟାଳୟ କର୍ମଚାରୀମାନଙ୍କ ଦୁର୍ଦ୍ଦଶା ବଡିଯାଇଥାଏ ।
ତଳ ମହଲାରେ ଥିବା ସମସ୍ତ ଫାଇଲ, କାଗଜପତ୍ର ଓ ଅନ୍ୟାନ ସବୁ ଗୁରୁତ୍ୱ ପୂର୍ଣ୍ଣ ଜିନିଷ ଗୁଡିକୁ ରାତାସାରା ଉପର ମହଲାକୁ ସ୍ଥାନାନ୍ତରିତ କରିଥାନ୍ତି ଓ ବନ୍ୟା ପାଣି ଛାଡିଲେ ପୁଣିଥରେ ଅଫିସକୁ ଆଣିଥାନ୍ତି । ପ୍ରତି ବର୍ଷ ଏଭଳି ମହାନଦୀରେ ବନ୍ୟା ଆସିଲେ ପାଣି ତୁଡାମାରି ରାମଜାଙ୍ଗି ନାଳ ପଟେ ବିଦ୍ୟାଳୟକୁ ପାଣି ଘେରିଥାଏ ।
ମହାନଦୀ ଓ ରାମଜାଙ୍ଗି ନାଳରେ ବନ୍ୟାପାଣି ଆସିବା ଫଳରେ ପିଲାଙ୍କ ପାଠପଢା ବ୍ୟାଘାତ ହେଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏପରିକି ପ୍ରଶାସନର ଭୂଲ ନିଷ୍ପତି ଯୋଗୁଁ ଛାତ୍ରଛାତ୍ରୀମାନେ ଏବେ ଦଣ୍ଡ ଭୋଗୁଛନ୍ତି ବୋଲି ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଉଛି । ଯଦି ଜାଗା ଚିହ୍ନଟ ପ୍ରଶାସନ ଯଦିଓ ତରବରିଆ ଭାବରେେ ନିିଷ୍ପତି ନେଇଥିଲା ହେଲେ ଏବେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଆଗେଇ ଆସିବା ଦରକାର ।
ଏନେଇ ବିଦ୍ୟାଳୟର ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳଙ୍କୁ ପଚାରିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କୁ ଜଣାଯାଇଛି ବୋଲି ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଆଠ ଶହରୁ ଉଦ୍ଦ୍ୱର୍ ଛାତ୍ରଛାତ୍ରୀ ପଢୁଛନ୍ତି । ପ୍ରଶାସନ ଛାତ୍ରଛାତ୍ରୀଙ୍କ ବୃହତର ସ୍ୱାର୍ଥକୁ ଦେଖି ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଇବାର ଆବଶ୍ୟକତା ରହିଛି ।
ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ କର୍ମଜିବୀ ମହିଳା ନିବାସ, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର କାର୍ଯ୍ୟାଳୟ,ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ରହିଛି । ବନ୍ୟା ପାଣି ଯୋଗୁଁ କାର୍ଯ୍ୟାଳୟକ ପ୍ରଭାବିତ ହୋଇଥାଏ ଓ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହୁଥିବା ଜଣାପଡିଛି ।
ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ୱାମୀ, ସ୍ତ୍ରୀ ଗୁରୁତର , ସ୍ୱାମୀ ଥାନାରେ ଅଟକ
ବୌଦ୍ଧ,୪/୧୦: ବୌଦ୍ଧ ଥାନା ଅନ୍ତର୍ଗତ ନାଗପାଲି ଗ୍ରାମରେ ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ସ୍ୱାମୀ ଆକ୍ରମଣ କରିଥିବା ଏକ ଦୁଃଖଦ ଘଟଣା ଘଟିଯାଇଛି । ସ୍ତ୍ରୀ ଗୁରୁତର ଥିବା ବେଳେ ସ୍ୱାମୀ ଥାନାରେ ଅଟକ ଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ ବୌଦ୍ଧ ଥାନ ଅର୍ନ୍ତଗତ ନାଗପାଲି ଗ୍ରାମରେ ସାର୍ତ୍ତିକ ବେହେରା ପାରିବାରିକ କଳହରୁ ଗତ କାଲି ସ୍ତ୍ରୀ ମିତା ବେହେରାକୁ ଟାଙ୍ଗିଆରେ ଆ୍‌କ୍ରମଣ କରିଥିଲେ । ସ୍ତ୍ରୀ ମିତା ରକ୍ତଜୁଡୁ ବୁଡୁ ଅବସ୍ଥାରେ ପଡିଥିବା ବେଳେ ତାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ବୌଦ୍ଧ ମେଡିକାଲକୁ ପଠାଇଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଇଦିଆଯାଇଛି । ଏନେଇ ବୌଦ୍ଧ ଥାନାରେ କେସନଂ ୩୩୨/୨୩ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ୱାମୀ ସାର୍ତ୍ତିକକୁ ଥାନାରେ ଅଟକ ରଖାଯାଇଛି ।

Related Posts

Seo wordpress plugin by www.seowizard.org.