Odisha News

ସାବସ କୁନି ଝିଅ ସାରା: ଜନ୍ମଦିନ ଉପହାର ଟଙ୍କା ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ଦାନ କଲେ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୧/୬: ଯାଜପୁର ଜିଲା ବାହାବଳପୁର ଗ୍ରାମର ସୂର୍ଯ୍ୟପ୍ରକାଶ ଦାସ ଓ ରମଣଦୀପ କୌରଙ୍କ କୁନିଝିଅ ସାରା(୪) ନିଜ ଜନ୍ମଦିନରେ ପାଇଥିବା ଉପହାର ଟଙ୍କା ରେଳ ଦୁର୍ଘଟଣାରେ ଆହତ ଲୋକ ମାନଙ୍କ ଚିକିତ୍ସା ପାଇଁ ଦାନ କରିଛନ୍ତି।ସାରା ତାଙ୍କ ଜନ୍ମ ଦିନରେ ୨୦ ହଜାର ଟଙ୍କା ଉପହାର ମିଳିଥିଲା ।
ଟ୍ରେନ୍ ଦୁର୍ଘଟଣା ଆହତ ବ୍ୟକ୍ତିଙ୍କ ସହାୟତା ପାଇଁ ଗତ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ୨୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି , କୁନି ଝିଅ ସାରା ଏଭଳି ମହତ କାର୍ଯ୍ର ସମାଜସେବୀ ତାରାପ୍ରସାଦ ମିଶ୍ର, ଲେଖିକା ରଚିତା ମିଶ୍ର, ଯୁବନେତା ପ୍ରଦୀପ କୁମାର ମହାନ୍ତି ,ମୋହନ ମହାରଣା ସମେତ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି

Related Posts

Seo wordpress plugin by www.seowizard.org.