Odisha News

ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ

ସୋନପୁରର ,୨୩/୯: ସୋନପୁରର ଉଲୁଣ୍ଡା ବ୍ଳକର ଚଡେଇପଙ୍କ ଗ୍ରାମର ଚାଷ ଜମି ହିଡ଼ରେ ଏକ ମହାବଳ ବାଘ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ସକାଳେ ଏହି ବାଘ ଯାଉଥିବା ଦୃଶ୍ୟକୁ ଦେଖି ଲୋକେ ଭିଡିଓ ସୁଟିଂ କରିଥିଲେ।
ବାଘ ଯାଉଥିବା ଅତି ନିକଟରେ ଜଣେ ଲୋକ ମଧ୍ୟ୍ୟ ଚାଷ ଜମିକୁ ବୁଲି ଦେଖି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବାଘ ଚାଷୀଙ୍କୁ ଦେଖି ପାରି ନ ଥିଲା। ଏହି ବାଘର ଆବିର୍ଭାବ ହେବା ଏ ଅଂଚଳରେ ଆତଙ୍କ ଖେଳିଯାଇଛି।

Related Posts

Seo wordpress plugin by www.seowizard.org.