ସର୍କିଟ ହାଉସ ଠାରେ କଂଗ୍ରେସ ପକ୍ଷରୁ ମହିଳା ସଂରକ୍ଷଣ ଓ ଡିଲିମିଟେସନର ଭ୍ରାନ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୪ : ବୁଧବାର ଦିନ ୧୧.୪୫ ମିନିଟ ସମୟରେ ବୌଦ୍ଧ ସର୍କିଟ ହାଉସ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହିଳା ସଂରକ୍ଷଣ ଓ ଡିଲିମିଟେସନର ଭ୍ରାନ୍ତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁ, ପୂର୍ବତନ ଜିଲ୍ଲା ସଭାପତି ନବ କୁମାର ମିଶ୍ର, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ବିଏଲଏ ୧ ପ୍ରିୟଦତ୍ତ ଦେହୁରୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟର ନିନ୍ଦା କରିଥିଲେ ।
ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରେ ସର୍ବ ସମ୍ମତି କ୍ରମେ ପାସ୍ ହୋଇ ସାରିଥିବା ବେଳେ ସେଥିସହ ଡିଲିମିଟେସନକୁ ଜୋଡି କଂଗ୍ରେସ ଓ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ୍ କୁ ବିରୋଧ କରୁଥିବା ନାମରେ ଦେଶରେ ଭ୍ରମ ସୃଷ୍ଟି କରୁଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।
ବିଜେପି ହିଁ ଦେଶରେ ମହିଳା ବିରୋଧୀ ଦଳ ଓ ତାର ସାଂସଦ, ବିଧାୟକ ଓ ଶାସିତ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ମହିଳାଙ୍କ ଭାଗିଦାରୀ ଦେଖିଲେ ମହିଳାଙ୍କୁ ଦଳ କେତେ ଗୁରୁତ୍ବ ଦିଏ ତାହା ଜଣା ପଡୁଛି । ମହିଳା ସଂରକ୍ଷଣ ନାମରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଥିଲେ ।




